ଓଡିଶା

odisha

ETV Bharat / city

ହାଇଦ୍ରାବାଦରେ ନିଖୋଜ ଶ୍ରମିକ ପ୍ରସଙ୍ଗ: ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ - missing labour in Hyderabad

2015ରେ ହାଇକୋର୍ଟରେ ଶ୍ରମିକଙ୍କ ନିଖୋଜ ମାମଲା ଦାୟର ହୋଇଥିଲା । ଦୀର୍ଘ 6 ବର୍ଷ ହେବା ମାମଲା ଚାଲିଥିବା ବେଳେ ଆଜି ପର୍ଯ୍ୟନ୍ତ ଶ୍ରମିକଙ୍କ ବିଷୟରେ କୌଣସି ଖବର । ଯାହାକୁ ନେଇ ହାଇକୋର୍ଟ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ ଜାରି କରିଛନ୍ତି । ଅଧିକ ପଢନ୍ତୁ...

ନିଖୋଜ ଶ୍ରମିକ ପ୍ରସଙ୍ଗରେ ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନିଖୋଜ ଶ୍ରମିକ ପ୍ରସଙ୍ଗରେ ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

By

Published : Apr 24, 2021, 7:18 AM IST

କଟକ:ହାଇଦ୍ରାବାଦର ଇଟାଭାଟିକୁ କାମ କରିବାକୁ ଯାଇ ନିଖୋଜ ଶ୍ରମିକ ପ୍ରସଙ୍ଗ । ବଲାଙ୍ଗୀର ଜିଲ୍ଲାପାଳ ଓ ଏସପିଙ୍କୁ ବ୍ୟକ୍ତିଗତ ନୋଟିସ ଜାରି କଲେ ହାଇକୋର୍ଟ । ନିଖୋଜ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ବାରମ୍ବାର ହାଇକୋର୍ଟ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ଫେରାଇ ଅଣାଯାଇନାହିଁ । ତେଣୁ ପରବର୍ତ୍ତୀ ଶୁଣାଣିରେ ଜିଲ୍ଲାପାଳଙ୍କ ଓ ଏସପି ବ୍ୟକ୍ତି ଭାବେ ହାଜର ହେବାକୁ କୁହାଯାଇଛି । ସେବତୀ ପୁଟଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ନେଇ ଗଠିତ ଖଣ୍ଡପୀଠରେ ସମ୍ପର୍କିତ ମାମଲାରେ ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କ ଉଦ୍ଧାର ପ୍ରସଙ୍ଗରେ ସାନି ସ୍ଥିତି ନେଇ କୌଣସି ତଥ୍ୟ ଉପସ୍ଥାପନା ହୋଇନଥିଲା । ତେଣୁ ପରବର୍ତ୍ତୀ ଶୁଣାଣିରେ ଜିଲ୍ଲାପାଳ ଓ ଏସପି ନିଜ କାର୍ଯ୍ୟାଳୟରକୁ ଭର୍ଚୁଆଲରେ ଶ୍ରମିକଙ୍କୁ ଫେରାଇ ଆଣିବାକୁ କେଉଁ ପଦକ୍ଷେପ ସେନେଇ କୋର୍ଟଙ୍କୁ ଅବଗତ କରାଇବେ ।

ସୂଚନାଯୋଗ୍ୟ, ବଲାଙ୍ଗୀର ଗୋଏଲମାରା ଗାଁ ଗୌର ପୁଟଙ୍କୁ ସ୍ଥାନୀୟ ଦଲାଲ ଓ ଶ୍ରମିକ ଠିକାଦାର ହାଇଦ୍ରାବାଦର ଏକ ଇଟାଭାଟିକୁ କାମ କରିବାକୁ ନେଇଥିଲେ। କିନ୍ତୁ ଗୌର ଆଉ ଘରକୁ ଫେରି ନଥିଲେ। ଗୌରଙ୍କ ଉଦ୍ଧାର ପ୍ରସଙ୍ଗକୁ ନେଇ ତାଙ୍କ ପରିବାର ପକ୍ଷରୁ ୨୦୧୫ରେ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା । ୨୦୧୭, ମାର୍ଚ୍ଚ ୧ରେ ବଲାଙ୍ଗୀର ଏସପିଙ୍କୁ ଗୌରଙ୍କ ‌ନିଖୋଜ ମାମଲାର ତଦନ୍ତର ତଦାରଖ କରିବାକୁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଥିଲେ । ୨୦୧୭, ଅଗଷ୍ଟ ୮ରେ ବଲାଙ୍ଗୀର ଜିଲ୍ଲାପାଳ, ଏସପି ଓ ଶ୍ରମ ଅଧିକାରୀଙ୍କୁ ତଦନ୍ତକାରୀ ଅଧିକାରୀଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାପରେ ମଧ୍ୟ ପୀଡିତଙ୍କ ଉଦ୍ଧାର ପାଇଁ ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details