ଓଡିଶା

odisha

ETV Bharat / city

ଶ୍ରୀଜଗନ୍ନାଥ ମନ୍ଦିରରେ ଦିବ୍ୟାଙ୍ଗଙ୍କ ଦର୍ଶନ ନେଇ ବ୍ୟବସ୍ଥା କର: ହାଇକୋର୍ଟ - ଦିବ୍ୟାଙ୍ଗଙ୍କ ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରାମ୍ପ ନିର୍ମାଣ ପ୍ରସଙ୍ଗ ନେଇ ହାଇକୋର୍ଟରେ ଶୁଣାଣି ହୋଇଛି । ଅଧିକ ପଢନ୍ତୁ

ହାଇକୋର୍ଟ
ହାଇକୋର୍ଟ

By

Published : Mar 3, 2022, 11:00 PM IST

କଟକ:ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରାମ୍ପ ନିର୍ମାଣ ପ୍ରସଙ୍ଗ ନେଇ ହାଇକୋର୍ଟରେ ଶୁଣାଣି ହୋଇଛି । ଆଜି ହାଇକୋର୍ଟ ଶୁଣାଣି କରି ମାମଲାରେ ରାମ୍ପ୍‌ ବ୍ୟବସ୍ଥା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ଓ ପୁରୀ ଜିଲ୍ଲାପାଳ ମିଳିତ ଭାବେ ଏକ ଆଇନ ସମ୍ମତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଶ୍ରୀଜଗନ୍ନାଥ ମନ୍ଦିରରେ ଦିବ୍ୟାଙ୍ଗଙ୍କ ଦର୍ଶନ ନେଇ ବ୍ୟବସ୍ଥା କର: ହାଇକୋର୍ଟ

ଏକ ମାସ ମଧ୍ୟରେ ପ୍ରତିପକ୍ଷ ମାନେ ଏନେଇ ନିଷ୍ପତ୍ତି ନେଇ ରାମ୍ପ ବ୍ୟବସ୍ଥା କରିବାକୁ ଅଦାଲତ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି। ଜିତେନ୍ଦ୍ର କୁମାର ବିଶ୍ବାଳଙ୍କ ତରଫରୁ ଦାୟର ଏହି ମାମଲାରେ ଦର୍ଶାଯାଇଥିଲା ଯେ ହ୍ବିଲ ଚେୟାରରେ ଦିବ୍ୟାଙ୍ଗମାନେ ଶ୍ରୀମନ୍ଦିର ପରିସରକୁ ପ୍ରବେଶ ପାଇଁ କୌଣସି ରାମ୍ପ ନାହିଁ। ଆବେଦନକାରୀ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ହ୍ବିଲ ଚେୟାରରେ ଯାତାୟାତ କରୁଛନ୍ତି। ସେ ଶ୍ରୀଜଗନ୍ନାଥଙ୍କ ଜଣେ ଭକ୍ତ ହୋଇଥିବା ବେଳେ ଶ୍ରୀମନ୍ଦିରରେ କୌଣସି ରାମ୍ପ ନଥିବାରୁ ସେ ହ୍ବିଲ ଚେୟାର ମାଧ୍ୟମରେ ଭିତରକୁ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ପାରୁ ନାହାନ୍ତି। ଦିବ୍ୟାଙ୍ଗଙ୍କ ମନ୍ଦିର ପ୍ରବେଶ ପାଇଁ ଉପଯୁକ୍ତ ବନ୍ଦୋବସ୍ତ କରିବା ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ବ ।

ଶ୍ରୀଜଗନ୍ନାଥ ମନ୍ଦିରରେ ଦିବ୍ୟାଙ୍ଗଙ୍କ ଦର୍ଶନ ନେଇ ବ୍ୟବସ୍ଥା କର: ହାଇକୋର୍ଟ

ଶ୍ରୀମନ୍ଦିର ପରିସରକୁ ରାମ୍ପ ନିର୍ମାଣ କରାଯାଇ ହ୍ବିଲଚେୟାର ମାଧ୍ୟମରେ ଦିବ୍ୟାଙ୍ଗଙ୍କ ପ୍ରବେଶ ସୁବିଧା ତୁରନ୍ତ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ମାମଲାରେ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details