କଟକ:ବାଣ ବିକ୍ରି ଓ ଫୁଟା ଉପରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା । ସବୁଜ ବାଣ ଫୁଟାଇବା ପାଇଁ ଅନୁମତି ଦେଲେ କୋର୍ଟ । ରାତ୍ର ୮ ଟାରୁ ୧୦ଟା ପର୍ଯ୍ୟନ୍ତ ସବୁଜ ବାଣ ଫୁଟାଇ ପାରିବେ ରାଜ୍ୟବାସୀ । ସେହିପରି କେବଳ ସବୁଜ ବାଣ ବିକ୍ରି ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଦିଲରସ ଆସୋସିଏସନ୍ର ଆବେଦନକୁ ମଞ୍ଜୁରୀ ଦେଇଛନ୍ତି ହାଇକୋର୍ଟ ।
ନିର୍ଦ୍ଦିଷ୍ଟ ସର୍ତ୍ତ ଆଧାରରେ ବିକ୍ରି ହୋଇପାରିବ ଗ୍ରୀନ କ୍ରାକର । ସୁପ୍ରିମକୋର୍ଟଙ୍କ ଅର୍ଜୁନ ଗୋପାଳ ମାମଲାର ନିର୍ଦ୍ଦେଶନାମା ଅନୁଯାୟୀ ଏହି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର କୌଣସି ସ୍ଥାନରେ ନିଷିଦ୍ଧ ବାଣ ବିକ୍ରି ପାଇଁ ଅନୁମତି ନାହିଁ । ଏଭଳି ବାଣ ପ୍ରସ୍ତୁତି, ବିକ୍ରି ଓ ଫୁଟା ଉପରେ କଡା ନଜର ରଖିବାକୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ । ଏହି ପ୍ରସଙ୍ଗକୁ ଅତି ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟରେ ଏଭଳି ବାଣ ପ୍ରସ୍ତୁତି ବିକ୍ରି ଓ ଫୁଟା ହେଲେ ଉତ୍ତରଦାୟୀ ରହିବେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ କମିଶନର ଓ ସ୍ଥାନୀୟ ଏସପି । ଅନ୍ୟର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରି କେହି ଦୀପାବଳି ମନାଇ ପାରିବେ ନାହିଁ ।