କଟକ: ନିୟମିତ ହେବେ ଠିକା ଡାଟା ଏଣ୍ଟ୍ରି ଅପରେଟର ( Contractual Data Entry Operator) । ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା ଠିକା ଡାଟା ଏଣ୍ଟ୍ରୀ ଅପରେଟରଙ୍କୁ (Data Entry Operator) ନିୟମିତ (Regular) ଭାବେ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ (Odisha High Court) ।
ନିୟମିତ ହେବେ ଠିକା ଡାଟାଏଣ୍ଟ୍ରି ଅପରେଟର ତଥା ଚୁକ୍ତିଭିତ୍ତିକ ଭାବରେ କାର୍ଯ୍ୟକରୁଥିବା କର୍ମଚାରୀ । ଏକ ମାମଲାର ଶୁଣାଣୀ କରି ଏ ଭଳି ରାୟ ଦେଇଛି ହାଇକୋର୍ଟ । ରାଜ୍ୟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ଭାବରେ କାର୍ଯ୍ୟ କରୁଛନ୍ତି କର୍ମଚାରୀ । ତେବେ ବିଶେଷ କରି ଲୋକସେବା ଭବନ, ଲୋକାଲ ଫଣ୍ଡ ଅଡିଟ ନିର୍ଦ୍ଦେଶାଳୟ ,ଗୋପବନ୍ଧୁ ଏକାଡେମୀ, ସଵରେଜିଷ୍ଟ୍ରାର କାର୍ଯ୍ୟାଳୟ ଆଦି ୪ ଟି ବିଭାଗ ଗୁଡିକରେ କାର୍ଯ୍ୟରତ ଠିକା ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।