କଟକ:ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମାମଲା । ଶ୍ରୀମନ୍ଦିର ରତ୍ନ ଭଣ୍ଡାର କେବେଠାରୁ ଖୋଲିନାହିଁ ? ଖୋଲା ନଯିବାର କାରଣ କଣ ? ସେ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବା ପାଇଁ ମଙ୍ଗଳବାର ମନ୍ଦିର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ।
ସେପଟେ ଶ୍ରୀମନ୍ଦିର ଜଗମୋହନ ମରାମତି ଏବଂ କୋଣାର୍କ ମନ୍ଦିର ସୁରକ୍ଷା ସମ୍ପର୍କିତ ମାମଲା ଉପରେ ଆମିକସକ୍ୟୁରି ବା କୋର୍ଟ ମିତ୍ର ଆଜି ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି । ଜଗମୋହନ ମରାମତି କାମ ଚାଲୁଛି ଏବଂ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ମରାମତି କାମ ଶେଷ ହେବା ନେଇ ASI ତାଙ୍କୁ ଜଣାଇଥିବା ସେ ରିପୋର୍ଟରେ ଦର୍ଶାଇଛନ୍ତି । ସେହିପରି କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ମନ୍ଦିର ଭିତରୁ ବାଲି କଢ଼ାଯିବା କାମ ଆରମ୍ଭ ହୋଇଛି । ତାହା ସମ୍ପୂର୍ଣ୍ଣ ହେଲାପରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବେ ବୋଲି ରାଜ୍ୟ ସରକାର ଆଜି ହାଇକୋର୍ଟଙ୍କୁ ଜଣାଇଛନ୍ତି । ଜାନୁଆରୀ 5 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।
ସେ କହିଛନ୍ତି, "ରତ୍ନ ଭଣ୍ଡାର ନଖୋଲିବା ପ୍ରସଙ୍ଗକୁ ନେଇ ଚିତ୍ତ ରଞ୍ଜନ ଦାଶଙ୍କ ଖଣ୍ଡପୀଠ ଶ୍ରୀମନ୍ଦିର ପ୍ରଶାସନକୁ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ସହ ତିନୋଟି ମାମଲାର ଶୁଣାଣି ହୋଇଛି । ତା ସହିତ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଆମିକସକ୍ୟୁରୀ କୋଣାର୍କ ମନ୍ଦିର ଭିତରୁ ବାଲି କଢା ଚାଲିଥିବା ନେଇ ସତ୍ୟପାଠ ଦାଖଲ କରିଛନ୍ତି । ଆଗାମୀ ଶୁଣାଣି ଜାନୁଆରୀ ୫ ତାରିଖରେ ହେବ ।"