କଟକ:ଓଡ଼ିଆ ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟା’କୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ପ୍ରସଙ୍ଗ । ହାଇକୋର୍ଟ ଶୁଣାଣି ଗ୍ରହଣ କରିବା ସହ ପ୍ରତିପକ୍ଷ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ସେନ୍ସର ବୋର୍ଡ ସାର୍ଟିଫିକେଟ ଅଛି କି ନାହିଁ ସେ ସମ୍ପର୍କରେ କୋର୍ଟରେ ତଥ୍ୟ ରଖିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଏହା ବି ପଢନ୍ତୁ: ପରିହାସ କରି ଫସିଲେ, ଚିରାଚରିତ ଢଙ୍ଗରେ କ୍ଷମା ମାଗିଲେ
ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ପକ୍ଷରୁ ଦାୟର ଏହି ଆବେଦନରେ ଦର୍ଶାଯାଇଛି ଯେ ମିଷ୍ଟର କହ୍ନେୟା ଚଳଚ୍ଚିତ୍ରର କେତେକ ଦୃଶ୍ୟରେ ହିନ୍ଦୁ ଦେବାଦେବୀଙ୍କୁ କଦର୍ଥ କରି ଦର୍ଶାଯାଇଛି । ଏହି ଚଳଚ୍ଚିତ୍ରରେ ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ଦୃଶ୍ୟ ରହିଛି । ଏହା ହିନ୍ଦୁମାନଙ୍କ ଧର୍ମୀୟ ଭାବନା ପ୍ରତି ଗଭୀର ଆଘାତ ଦେବା ଭଳି ପ୍ରସଙ୍ଗ । ଏହା ଦ୍ବାରା ହିନ୍ଦୁ ସଂସ୍କୃତିର ଅପମାନ ହୋଇଛି। ଲୋକଙ୍କ ଧର୍ମୀୟ ଭାବନାରେ ଆଘାତ ଲାଗିଛି ।