କଟକ: ବହୁ ଚର୍ଚ୍ଚିତ ପୁରୀ ବାସେଳୀସାହି ଥାନାରେ କେ ରମେଶଙ୍କ ହାଜତ ମୃତ୍ୟୁ ଘଟଣାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଉଚ୍ଚନ୍ୟାୟାଳୟ। ପୁରୀ JMFC କୋର୍ଟ ପକ୍ଷରୁ ଦାଖଲ ହୋଇଥିବା ତଦନ୍ତ ରିପୋର୍ଟକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । କେ ରମେଶଙ୍କ ମୃତ୍ୟୁ ହାଜତରେ ହୋଇ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିବାରୁ ଏହାକୁ ମଧ୍ୟ କୋର୍ଟ ଆଧାରର ମାମଲାରେ ଅନ୍ତ ଘଟାଇଛନ୍ତି ।
ତଦନ୍ତ ସମୟରେ ପୁରୀ JMFC କୋର୍ଟ 22ଜଣ ସାକ୍ଷ୍ୟ ଗ୍ରହଣ କରିବା ପରେ ଅନେକ ଦଲିଲ ଓ ଦସ୍ତାବିଜକୁ ମଧ୍ୟ ଅନୁଧ୍ୟାନ କରାଯାଇଛି । ଭିଡ଼ିଓ ଫୁଟେଜ ଭଳି 4ଟି ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଅନୁଧ୍ୟାନ କରି ପୁରୀ JMFC କୋର୍ଟ ଏହି ରିପୋର୍ଟ ଦାଖଲ କରିଛନ୍ତି । ତେବେ ସବଡ୍ୟୁରାଲ ହେମାଟୋମା ଜନିତ ରକ୍ତସ୍ରାବ ଯୋଗୁଁ ରମେଶଙ୍କ ମୃତ୍ୟୁ ହୋଇଥିବା ନେଇ କୋର୍ଟଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି ।