କଟକ: ହାଇକୋର୍ଟ ଫୁଲବେଞ୍ଚଙ୍କ ନୋଟିସ ପ୍ରସଙ୍ଗରେ ଆଜି(ମଙ୍ଗଳବାର) ହାଇକୋର୍ଟ ବାର ପରିସରରେ ଆଡ଼ଭାଇଜାରି କମିଟି ଓ ଆକ୍ସନଟେକେନ୍ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଫୁଲବେଞ୍ଚଙ୍କ ନୋଟିସ ପ୍ରସଙ୍ଗରେ ହାଇକୋର୍ଟ ବାରର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଭେଟିବେ । ଏହାସହ ବାର କାଉନସିଲ ଅଫ୍ ଇଣ୍ଡିଆକୁ ଘଟଣା ସମ୍ପର୍କରେ ଅବଗତ କରାଯିବ ।