ଓଡିଶା

odisha

By

Published : May 21, 2022, 6:59 AM IST

ETV Bharat / city

କାକଟପୁର ତହସିଲଦାରଙ୍କୁ ହାଇକୋର୍ଟଙ୍କ ଦଣ୍ଡ, ୫୦ ଗଛ ଲଗାଇବାକୁ ମିଳିଲା ନିର୍ଦ୍ଦେଶ

ହାଇକୋର୍ଟଙ୍କ ନିଆରା ଦଣ୍ଡ । କାକଟପୁର ତହସିଲଦାରଙ୍କୁ କଟକରେ ୫୦ଟି ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅଧିକ ପଢନ୍ତୁ

କାକଟପୁର ତହସିଲଦାରଙ୍କୁ ହାଇକୋର୍ଟଙ୍କ ଦଣ୍ଡ, ଲଗାଇବେ ୫୦ ଗଛ
କାକଟପୁର ତହସିଲଦାରଙ୍କୁ ହାଇକୋର୍ଟଙ୍କ ଦଣ୍ଡ, ଲଗାଇବେ ୫୦ ଗଛ

କଟକ: ହାଇକୋର୍ଟଙ୍କ ନିଆରା ଦଣ୍ଡ । ବେପରୁଆ ଭାବେ ଜବରଦଖଲକାରୀଙ୍କୁ ଜରିମାନାରେ ଦଣ୍ଡିତ କରିବାକୁ ନେଇ ଓଡିଶା ହାଇକୋର୍ଟ ଜଣେ ତହସିଲଦାରଙ୍କୁ ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କାକଟପୁର ତହସିଲଦାରଙ୍କୁ ଏଭଳି ଦଣ୍ଡିତ କରିଛନ୍ତି କୋର୍ଟ । ତହସିଲଦାରଙ୍କୁ କଟକରେ ୫୦ଟି ଗଛ ଲଗାଇବାକୁ ଦଣ୍ଡ ମିଳିଛି । ସେ କଟକ ସିଡିଏ ଅଞ୍ଚଳର ଯେକୌଣସି ସ୍ଥାନରେ ରାସ୍ତାକଡ଼ରେ ଏହି ୫୦ଟି ଗଛ ଲଗାଇବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ତସହଲିଦାରଙ୍କୁ ସିଡିଏ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବେ ।

ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥ ଏହି ଘଟଣାର ବିଚାରକରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ଜବରଦଖଲକାରୀ ମିତା ଦାସଙ୍କୁ ଗତ ସେପ୍ଟେମ୍ବର ୧୫ ତାରିଖରେ କାକଟପୁର ତହସିଲରେ ହାଜର ହେବାକୁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ । ସେ ଜବାବ ଦାଖଲ ନ କରିବାରୁ ଜୋରିମାନାରେ ଦଣ୍ଡିତ କରିଥିଲେ । ତେବେ ତାଙ୍କ ପକ୍ଷ ନଶୁଣି ତହସିଲଦାର ଏପରି ଦଣ୍ଡରେ ଦଣ୍ଡିତ କରିଥିବାକୁ ନେଇ ଜବରଦଖଲକାରୀ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ହାଇକୋର୍ଟ ଏହି ଘଟଣାର ବିଚାରକରି କାକଟପୁର ତହସିଲଦାରଙ୍କୁ ୫୦ଟି ଗଛ ଲଗାଇବା ଭଳି ଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ଏହି ମାମଲାର ପୁନର୍ବାର ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details