କଟକ: ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଅନେକ ବ୍ୟବସ୍ଥା କରିଛି କଟକ ଜିଲ୍ଲା ପ୍ରଶାସନ। ସମସ୍ତ ପ୍ରବାସୀଙ୍କୁ ପ୍ରଥମେ କଟକ ଜେକେବିକେ କଲେଜ ଠାରେ କରାଯାଇଥିବା ଅସ୍ଥାୟୀ ଟ୍ରାଞ୍ଜିଟ ହାଉସରେ ରଖାଯିବ। ସେଠାରେ ସମସ୍ତ ପ୍ରବାସୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି।
ପ୍ରବାସୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା, ହେଲ୍ପଡେସ୍କରେ ମିଳିବ ସୁବିଧା - ଭବାନୀ ଶଙ୍କର ଚୟିନୀ
ପ୍ରବାସୀ ଶ୍ରମିକଙ୍କ ସୁବିଧା ପାଇଁ ଖୋଲିବ ହେଲ୍ପ ଡେସ୍କ । ବିଭିନ୍ନ ସୁବିଧା ପାଇବା ସହ ପ୍ରବାସୀ ଉପକୃତ ହେବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ...
ପ୍ରବାସୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା, ହେଲ୍ପଡେସ୍କ ଦ୍ବାରା ମିଳିବ ସୁବିଧା
ପରେ ଚାଉଳିଆଗଞ୍ଜ ଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତଙ୍କ ସ୍ବାବ ପରୀକ୍ଷା କରାଯିବ। ସେହିପରି ପ୍ରବାସୀ ମାନଙ୍କ ସୁବିଧା ପାଇଁ ହେଲ୍ପଡେସ୍କର ବ୍ୟବସ୍ଥା ମଧ୍ୟ କରାଯିବ। ଜିଲ୍ଳା ପ୍ରଶାସନ, ସିଏମସି ଓ ପୋଲିସ ପକ୍ଷରୁ ଏହି ହେଲ୍ପଡେସ୍କ ଖୋଲାଯିବ। ପ୍ରବାସୀ ମାନେ ଏହାଦ୍ବାରା ଉପକୃତ ହେବେ ବୋଲି କଟକ ଜିଲ୍ଳାପାଳ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ