ଓଡିଶା

odisha

By

Published : Aug 7, 2019, 4:55 PM IST

ETV Bharat / city

ଲଗାଣ ବର୍ଷାରେ ଜଳବନ୍ଦୀ ସିଲଭରସିଟି

ଲଘୁଚାପ ବର୍ଷା ଯୋଗୁଁ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ କଟକବାସୀ ଏବେ ଜଳବନ୍ଦୀ । ଯାହାକୁ ନେଇ ଚିନ୍ତାରେ ସହରବାସୀ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ

କଟକ: ଜଳବନ୍ଦୀ ସିଲଭର ସିଟି କଟକ । ଲଘୁଚାପ ବର୍ଷା ହେତୁ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଜଳମଗ୍ନ କଟକ । ଯାହାକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ


ବର୍ଷା ଯୋଗୁ ରାସ୍ତାରେ ପାଣି ଚାଲିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଯାଇକା ପ୍ରକଳ୍ପ ଯୋଗୁ ରାସ୍ତା ଖୋଳା ହୋଇଥିବାରୁ ରାସ୍ତାରେ ଖାଲମାନ ରହିଛି । ତେବେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ କଣ ମଉଳି ଯାଇଛି ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଜନତା । ସିଏମସି ପକ୍ଷରୁ ତଳିଆ ଅଞ୍ଚଳରେ ପାଣି ଜମିଲେ ଏଥିପାଇଁ ମୋଟର ବ୍ୟବସ୍ଥା ହୋଇଥିଲେ ମଧ୍ୟ ମୋଟର ମଧ୍ୟ ବୁଡିବାକୁ ଲାଗିଲାଣି ।


କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ABOUT THE AUTHOR

...view details