ଓଡିଶା

odisha

ETV Bharat / city

ଲଗାଣ ବର୍ଷାରେ ଜଳବନ୍ଦୀ ପ୍ୟାରୀ ମୋହନ ଏକାଡେମୀ

ମୌସୁମୀ ଜନିତ ଲଗାଣ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି କଟକ ସହରର  ପ୍ୟାରୀ ମୋହନ ଏକାଡେମୀ ସ୍କୁଲ  ।

By

Published : Jul 8, 2019, 4:13 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ

କଟକ:ମୌସୁମୀ ଜନିତ ଲଗାଣ ବର୍ଷାରେ ବେହାଲ କଟକ ସହର । ସହରର ଅନେକ ସ୍ଥାନ ଜଳବନ୍ଦୀ ଅବସ୍ଥା । ଦୀର୍ଘ ୧୪ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ଲାଗି ରହିଥିବାରୁ ପ୍ରଭାବିତ ସହରବାସୀ । ତେବେ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସହରର ପ୍ୟାରୀ ମୋହନ ଏକାଡେମୀର ସ୍କୁଲ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ଲଗାଣ ବର୍ଷା ଲାଗି ରହିଥିବାରୁ ସ୍କୁଲ ସାମ୍ନା ରାସ୍ତା ଠାରୁ ଆରମ୍ଭ କରି ସ୍କୁଲ ଭିତର ସବୁଆଡେ ପାଣି । ଯାହାଫଳରେ ସ୍କୁଲରେ କୃତିମ ପୋଖରୀ ସୃଷ୍ଟି ହୋଇଛି । ସବୁଠାରୁ ବଡ଼ କଥା ହେଉଛି ସ୍କୁଲରେ ସମୁଦାୟ ୭୫୫ ଜଣ ଛାତ୍ରଛାତ୍ରୀ ଥିଲାବେଳେ ଶନିବାର କୌଣସି ବି ଗୋଟେ ପିଲା ସ୍କୁଲ ଆସିନାହାନ୍ତି । ସେନେଇ ଅବିଭାବକଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ।

ଏପଟେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ପ୍ୟାରୀମୋହନ ଏକାଡେମୀ ସ୍କୁଲକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ଏଭଳି ସ୍ଥିତି ଆହୁରି 3 ବର୍ଷ ଲାଗିବ । ଯେପର୍ଯ୍ୟନ୍ତ ଜାଇକା ପ୍ରକଳ୍ପ ସହରରେ ଶେଷ ହୋଇ ନାହିଁ ସେପର୍ଯ୍ୟନ୍ତ ସହରରେ ଜଳବନ୍ଦୀ ସମସ୍ୟା ଲାଗି ରହିବ । ତେବେ ପୂର୍ବ ଅପେକ୍ଷା ଜଳ ନିଷ୍କାସନ ଶୀଘ୍ର ହେଉଥିବା ସାଂସଦ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details