କଟକ:ଲଗାଣ ବର୍ଷାରେ ଆଠଗଡ କିଛି ଅଞ୍ଚଳରେ ସ୍ଥିତି ବେହାଲ । ଆଠଗଡ ବ୍ଲକ ଗୋପୀନାଥପୁର ଠାରେ କଣ୍ଟିଆ ନଦୀ ଗୁଡିକ ଅତ୍ୟାଧିକ ପାଣି ଆସିବା ଫଳରେ ବିଭିନ୍ନ ସ୍ଥାନ ଗୁଡିକ ଉଛୁଳିବା ଯୋଗୁଁ ତରଡିଙ୍ଗ, ବାଇଲୋ ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ସେପଟେ ଶହ ଶହ ଏକର ଚାଷଜମି ମଧ୍ୟ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ତେବେ ବାଇଲୋ ନୂଆଗାଁ ଶବରସାହି ରାସ୍ତା ଉପରେ 4ଫୁଟର ବନ୍ୟା ଜଳ । ତରଡିଙ୍ଗ ଯୋରନ୍ଦାକୁ ସଂଯୋଗ କରୁଥିବା ସାତପା ଗଡା ଉପରେ 4ଫୁଟର ବନ୍ୟା ଜଳ ପ୍ରବାହିତ ଯୋଗୁଁ ସଂପୂର୍ଣ୍ଣ ଯୋଗାଯୋଗ ବିଛିନ୍ନ ହୋଇଛି ।
ତେବେ ବିଭିନ୍ନ ଗାଁ ଓ ଘର ମାନଙ୍କରେ ବନ୍ୟା ପାଣି ପଶିବା ଯୋଗୁଁ ଲୋକମାନେ କେଉଁଠି ଛାତ ଉପରେ ତ କେଉଁଠି ଉଚ୍ଚ ଯାଗା ଦେଖି ଲୋକମାନେ ଆଶ୍ରୟ ନେଇଛନ୍ତି । ସେହିଭଳି ପୁରୁଣା କଟକ ସମ୍ବଲପୁର ରାସ୍ତାର ଦହିସରା ମାଧପୁର ଠାରେ ୪ ଫୁଟ ସହିତ ନିଧିପୁର ଗଡାରେ ୪ଫୁଟର ବନ୍ୟାଜଳ ପ୍ରବାହିତ ଯୋଗୁଁ ଯାତାୟାତ ସଂପୂର୍ଣ୍ଣ ଠପ୍ । ଆଠଗଡର ଅନେକ ୱାର୍ଡ ଏବେ ଜଳବନ୍ଦୀ ।