କଟକ:ଆସନ୍ତାକାଲି (ଶନିବାର) ହେବ କଟକ ମହାନଗର ନିଗମ ନିର୍ବାଚନର ଭୋଟ ଗଣତି । ସେଥିପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି କଟକ କମିଶନରେଟ ପୋଲିସ । ଭୋଟ ଗଣତି ହେବାକୁ ଥିବା ବୋଷ ଇଞ୍ଜିନିୟରିଂ ସ୍କୁଲ ଏବଂ ଏହାର ଆଖପାଖ ଅଞ୍ଚଳରେ 3 ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ନିୟୋଜିତ କରାଯିବ ।
ULB Vote Counting: ଭୋଟ ଗଣତି ପାଇଁ କଡା ସୁରକ୍ଷା ବ୍ୟବସ୍ଥା - ପୌର ଭୋଟ ଗଣତି
ଆସନ୍ତାକାଲି (ଶନିବାର) ହେବ କଟକ ମହାନଗର ନିଗମ ନିର୍ବାଚନର ଭୋଟ ଗଣତି। ସେଥିପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି କଟକ କମିଶନରେଟ ପୋଲିସ । ଅଧିକ ପଢନ୍ତୁ
ULB Vote Counting: ଭୋଟ ଗଣତି ପାଇଁ କଟକରେ କଡା ସୁରକ୍ଷା ବ୍ୟବସ୍ଥା
ଏହା ବ୍ୟତିତ 4 ପ୍ଳାଟୁନ ପୋଲିସ ଫୋର୍ସ ସେଠାରେ ଉପସ୍ଥିତ ରହିବେ । ଭୋଟ ଗଣତି କେନ୍ଦ୍ର ନିକଟରେ ଯେପରି ଅନାବଶ୍ୟକ ଭିଡ଼ ନ ହୁଏ । ସେଥିପ୍ରତି ଦୃଷ୍ଟି ଦିଆଯିବା ସହ ଜିଲ୍ଲା ପ୍ରଶାସନ ଅନୁମୋଦିତ ବ୍ୟକ୍ତିଙ୍କୁ ହିଁ ଭୋଟ ଗଣତି କେନ୍ଦ୍ର ପରସରକୁ ପ୍ରବେଶ ଅନୁମତି ରହିବ ଏବଂ ଯେଉଁମାନେ ଭୋଟ ଗଣତି କେନ୍ଦ୍ରକୁ ଯିବେ ସେମାନଙ୍କୁ ତନଖି ମଧ୍ୟ କରାଯିବ । ସେହିପରି ସମସ୍ତ ଇଭିଏମକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ସମସ୍ତ ଇଭିଏମ ସିସିଟିଭି ସ୍କାନର ରେ ରହିଥିବା ବେଳେ ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ରଖାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ