କଟକ: ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ଜୀବନ । ଉଭୟେ ଉଭୟଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିବା ବେଳେ କଥା ଛାଡପତ୍ର ଯାଏଁ ପହଞ୍ଚିଛି । ଏମିତିରେ ଆସନ୍ତା 16 ତାରିଖରେ ସୁପ୍ରିମକୋର୍ଟରେ ଟ୍ରାନ୍ସଫର ପିଟିସନର ଶୁଣାଣି ହେବା ନେଇ ତାରିଖ ନିର୍ଦ୍ଧାରିତ ହୋଇଛି ।
ବର୍ଷା-ଅନୁଭବ ବିବାଦ: 16ରେ ସୁପ୍ରିମକୋର୍ଟରେ ଟ୍ରାନ୍ସଫର ପିଟିସନ ଶୁଣାଣି - ବର୍ଷା ଅନୁଭବ ଟ୍ରାନ୍ସଫର ପିଟିସନ
ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ଜୀବନ । ଆସନ୍ତା 16 ତାରିଖରେ ସୁପ୍ରିମକୋର୍ଟରେ ଟ୍ରାନ୍ସଫର ପିଟିସନର ଶୁଣାଣି ହେବା ନେଇ ତାରିଖ ନିର୍ଦ୍ଧାରିତ ହୋଇଛି ।

ଆସନ୍ତା 16ରେ ବର୍ଷା-ଅନୁଭବଙ୍କ ଟ୍ରାନ୍ସଫର ପିଟିସନ ଶୁଣାଣି
ସୂଚନା ଅନୁଯାୟୀ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଆସିଥିବା ତିକ୍ତତାକୁ ଦେଖି ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଛାଡପତ୍ର ନେଇ ମାମଲା ଦାୟର କରିଥିଲେ । ହେଲେ ଏହି ମାମଲାକୁ ଦିଲ୍ଲୀରୁ କଟକ ସ୍ଥାନାନ୍ତର କରିବା ପାଇଁ ପତ୍ନୀ ବର୍ଷା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ