କଟକ: ପଦ୍ମଶ୍ରୀ ପ୍ରକାଶ ରାଓଙ୍କୁ ଭେଟିଲେ ସ୍ୱସ୍ଥ୍ୟମନ୍ତ୍ରୀ ନବ ଦାସ । ଏସସିବି ଯାଇ ସେ ପ୍ରକାଶ ରାଓଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । କିପରି ଭାବେ ପ୍ରକାଶଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ ସେ ଦିଗରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।
ପଦ୍ମଶ୍ରୀ ପ୍ରକାଶ ରାଓଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ - scb hospital
ହସ୍ପିଟାଲରେ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କୁ ଭେଟିଲେ ସ୍ବାସ୍ଥ୍ଯମନ୍ତ୍ରୀ ନବ ଦାସ । ହଠାତ ଅସୁସ୍ଥ ହୋଇ ପଡିଥିବା ପ୍ରକାଶ ରାଓ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଫଟୋ ସୌଜନ୍ୟ : ସମ୍ବାଦଦାତା,କଟକ
ସୂଚନା ମୁତାବକ, ପଦ୍ମଶ୍ରୀ ପ୍ରକାଶ ରାଓ ବର୍ତ୍ତମାନ ଏସସିବିର ନ୍ୟୁ ମେଡେସିନ ବିଭାଗ ଆଇସିୟୁରେ ରହିଛନ୍ତି । ଅନୁଗୋଳର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଇଥିବା ସମୟରେ ହଠାତ ଅସୁସ୍ଥ ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଏସିସିବିକୁ ଅଣାଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।
କଟକରୁ ପ୍ରଭୁକଲ୍ୟାଣ ପାଳ,ଇଟିଭି ଭାରତ
Last Updated : Jul 18, 2019, 9:22 PM IST