ଓଡିଶା

odisha

ETV Bharat / city

ମିଳିଲା କଟାମୁଣ୍ଡର ପରିଚୟ, ଦ୍ବିତୀୟ ସ୍ବାମୀ କରିଛି ହତ୍ଯା ! - କଟାମୁଣ୍ଡ ହତ୍ୟା ଘଟଣା

ବହୁ ଚର୍ଚ୍ଚିତ କଟାମୁଣ୍ଡ ହତ୍ୟା ଘଟଣାରେ ମିଳିଲା ମହିଳାଙ୍କର ପରିଚୟ। ଏନେଇ ମହିଳାଙ୍କର ଦ୍ବିତୀୟ ସ୍ବାମୀ ହତ୍ୟା କରିଥିବା ପୋଲିସ ସୁତ୍ରରୁ ସୂଚନା । ଆଜି କଟାମୁଣ୍ଡ ଖୋଜିବ ପୋଲିସ । ଭରତପୁର ଅଞ୍ଚଳରେ କଟାମୁଣ୍ଡ ଫୋପାଡିଥିବା ହତ୍ୟାକାରୀର ଦେଇଛି ସୁରାକ ।

ମିଳିଲା କଟାମୁଣ୍ଡର ପରିଚୟ, ଦ୍ବିତୀୟ ସ୍ବାମି କରିଛି ହତ୍ଯା !
ମିଳିଲା କଟାମୁଣ୍ଡର ପରିଚୟ, ଦ୍ବିତୀୟ ସ୍ବାମି କରିଛି ହତ୍ଯା !

By

Published : Feb 11, 2021, 9:55 AM IST

Updated : Feb 11, 2021, 10:46 AM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ କଟାମୁଣ୍ଡ ହତ୍ୟା ଘଟଣାରେ ମିଳିଲା ମହିଳାଙ୍କର ପରିଚୟ। ଏନେଇ ମହିଳାଙ୍କର ଦ୍ବିତୀୟ ସ୍ବାମୀ ହତ୍ୟା କରିଥିବା ପୋଲିସ ସୁତ୍ରରୁ ସୂଚନା । ଆଜି କଟାମୁଣ୍ଡ ଖୋଜିବ ପୋଲିସ। ଭରତପୁର ଅଞ୍ଚଳରେ କଟାମୁଣ୍ଡ ଫୋପାଡିଥିବା ହତ୍ୟାକାରୀର ଦେଇଛି ସୁରାକ। ହତ୍ୟାକାରୀକୁ ଅଟକ ରଖିଥିବା ବେଳେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଉଭୟ କଟାମୁଣ୍ଡ ଫୋପାଡାଯାଇଥିବା ସ୍ଥାନରେ ସର୍ଚ୍ଚ ଅପରେସନ କରିବେ । ଏନେଇ ପୋଲିସ ଖୁବଶିଘ୍ର ଏହାର ଖୁଲାସା କରିପାରେ।

ସୂଚନାଥାଉକି, ପୋଲିସକୁ ଏକ ମଞ୍ଚେଶ୍ବର ଅଞ୍ଚଳର ଧିରିକୁଟ ବସ୍ତିର ଏକ ମିସିଂ କେସରେ କିଛି ସୁରାକ ଲାଗିଛି । ଜଣେ ମହିଳା ତାଙ୍କର ଝିଅ ବୋଲି ସନ୍ଦେହ କରୁଛନ୍ତି ଏପରିକି ସମାନ ଚିତା କୁଟାଉଥିବା ସେ ପୋଲିସକୁ ଜଣାଇଛନ୍ତି । ରୂପ-ରଙ୍ଗ ଓ ଉଚ୍ଚତା-ସ୍ବାସ୍ଥ୍ୟ କହିବା ସହ କହୁଣିରେ ଏକ ଦାଗ ସମ୍ପର୍କରେ କହିଛନ୍ତି। ଯାହାକୁ ନେଇ ପୋଲିସ ସମ୍ପୃକ୍ତ ବୃଦ୍ଧାଙ୍କର ଡିଏନଏ ମ୍ୟାଚ ପାଇଁ ପ୍ରସ୍ତୁତ ହେଉଛି । ସେପଟେ ତମାଣ୍ଡୋ ଅଞ୍ଚଳର ଏକ ଲିଡ୍‌ ପୋଲିସ ପାଖରେ ଲାଗିଛି । ମହିଳା ଜଣକ ତିନି ଜଣଙ୍କୁ ବିବାହ କରିଥିବା ପୋଲିସ ସନ୍ଦେହ କରିଛି । ଏପରିକି ପ୍ରଥମ ସ୍ବାମୀ ଶ୍ବାସଜନିତ ସମସ୍ୟା ଯୋଗୁଁ ମୃତ୍ୟୁ ହେବା ପରେ 2ୟ ବିବାହ କରିଥିଲେ । ହେଲେ ସେହି ବ୍ୟକ୍ତି ଜଣକ ଅନେକ ସମୟରେ ମଦ ପିଇ ମାରଧର କରିବା ପରେ ମହିଳା ଜଣକ ଆଉ ଜଣକ ସହ ରହିବା ଆରମ୍ଭ କରିଥିଲେ । ପରେ 3ୟ ସ୍ବାମୀ ଅନେକ ସମୟରେ ବାହାରକୁ କାମ କରିବାକୁ ଯାଉଥିବାରୁ ମହିଳା ଜଣକ ଅନେକ ସମୟରେ ଏକାକୀ ରହୁଥିଲେ। ହେଲେ ମହିଳାଙ୍କର 2ୟ ସ୍ବାମୀ ମଝିରେ ମଝିରେ ଆସି ହଇରାଣ କରୁଥିଲେ। ତେବେ 3ୟ ସ୍ବାମୀ ସହ ଯୋଗାଯୋଗ କରାଯାଉଥିବା ସୂଚନା ମିଳିଛି । ଏଥିପାଇଁ ବ୍ରହ୍ମପୁର ଏକ ଟିମ ଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 11, 2021, 10:46 AM IST

ABOUT THE AUTHOR

...view details