କଟକ: ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଆଉ ଗୋଟିଏ ଜବାବ ଦାଖଲ କରାଯାଇଛି। ଏହାସହ ଆବେଦନକାରୀ ଚାହିଁଲେ ପ୍ରତି ଜବାବ ରଖିପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଆସନ୍ତା ନଭେମ୍ବର 16 ରେ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।
ବଗଲା ଧର୍ମଶାଳା ଜମି ବିବାଦ ପ୍ରସଙ୍ଗ, ଘୁଞ୍ଚିଲା ଶୁଣାଣି - ବଗଲା ଧର୍ମଶାଳା ଜମି ବିବାଦ
ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଆଉ ଗୋଟିଏ ଜବାବ ଦାଖଲ କରାଯାଇଛି। ଅଧିକ ପଢନ୍ତୁ...
ବଗଲା ଧର୍ମଶାଳା ଜମି ବିବାଦ ପ୍ରସଙ୍ଗ
ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଅନିୟମିତତା ବିରୋଧରେ ତଦନ୍ତ ନିର୍ଦ୍ଦେଶ ପାଇଁ ମାମଲା ରୁଜୁ କରାଯାଇଛି। ସେହିପରି ଜଗନ୍ନାଥଙ୍କ ଖାତାକୁ ଜମି ଫେରାଇ ଦେବାକୁ ପିଟିସନରେ କୁହାଯାଇଛି । କିପରି ଏହି ଜଗନ୍ନାଥଙ୍କ ଜମିକୁ ଚଞ୍ଚକତା କରି ବିକ୍ରୟ କରାଯାଇଛି, ସେନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ପିଟିସନରେ ଉଲ୍ଲେଖ କରାଯାଇଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ