ଓଡିଶା

odisha

ETV Bharat / city

କୋରୋନା କାଳରେ ମୁକୁଳିଲାଣି କି ରାଜ୍ୟ ସରକାରଙ୍କ ବସ ସେବା - ରାଜ୍ୟ ସରକାରଙ୍କ ବସ ସେବା

କୋରୋନା ମାଡରେ ଘାଇଲା ରାଜ୍ୟ ସଡକ ପରିବହନର ବସ ସେବା ।ପରିବହନ ବିଭାଗ ନିକଟରେ ରହିଛି ପ୍ରାୟ ୪୫୦ଟି ବସ । ଲକଡାଉନ ପୂର୍ବରୁ ଚାଲୁଥିଲା ପ୍ରାୟ ୯୫ ପ୍ରତିଶତ ବସ । ଆଉ ପ୍ରତି ବସରେ ୪୦ ରୁ ୫୦ ଲୋକ ବି ବସୁଥିଲେ । ବ୍ୟବସାୟ ମଧ୍ୟ ଭଲ ଜମୁଥିଲା । ମାତ୍ର ଲକଡାଉନ ପରେ ଏହା ବେଶ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ..

କୋରୋନା କାଳରେ ମୁକୁଳିଲାଣି କି ରାଜ୍ୟ ସରକାରଙ୍କ ବସ ସେବା
କୋରୋନା କାଳରେ ମୁକୁଳିଲାଣି କି ରାଜ୍ୟ ସରକାରଙ୍କ ବସ ସେବା

By

Published : Jul 23, 2020, 10:19 PM IST

କଟକ: କୋରୋନା ମାଡରେ ଘାଇଲା ରାଜ୍ୟ ସଡକ ପରିବହନର ବସ ସେବା । କୋରୋନା କାୟାରେ ହନ୍ତସନ୍ତ ବସ ସେବା ସହିତ ଜଡିତ କର୍ମଚାରୀ । ପରିବହନ ବିଭାଗ ନିକଟରେ ରହିଛି ପ୍ରାୟ ୪୫୦ଟି ବସ । ଲକଡାଉନ ପୂର୍ବରୁ ଚାଲୁଥିଲା ପ୍ରାୟ ୯୫ ପ୍ରତିଶତ ବସ । ଆଉ ପ୍ରତି ବସରେ ୪୦ ରୁ ୫୦ ଲୋକ ବି ବସୁଥିଲେ । ବ୍ୟବସାୟ ମଧ୍ୟ ଭଲ ଜମୁଥିଲା । ମାତ୍ର ଲକଡାଉନ ପରେ ଏହା ବେଶ ପ୍ରଭାବିତ ହୋଇଛି । ଏପଟେ ଅନଲକ 1 ଏବଂ 2ରେ, ଅନ୍ତଃରାଜ୍ୟ ବସ ସେବା ଆରମ୍ଭ ହେବାର କିଛି ଦିନ ପରେ ପୁଣି ବନ୍ଦ ହୋଇଛି । ରାଜ୍ୟର ବିଭିନ୍ନ ରୁଟରେ ଚାଲୁଥିବା ବସ ଗୁଡିକ ମଧ୍ୟ ବନ୍ଦ ଧିରେ ଧିରେ ବନ୍ଦ ହୋଇଛି । ପ୍ରାୟ ୬୪ଟି ବସ ରାଜ୍ୟ ମଧ୍ୟରେ ବିଭିନ୍ନ ରୁଟରେ ଯାତାୟତ ଆରମ୍ଭ କରିଥିଲା । ମାତ୍ର ଆବଶ୍ୟକୀୟ ଯାତ୍ରୀ ନଥିବାରୁ ବସ ଚଳାଚଳରେ ସମସ୍ୟା ଉପୁଜିଛି ।

କୋରୋନା କାଳରେ ମୁକୁଳିଲାଣି କି ରାଜ୍ୟ ସରକାରଙ୍କ ବସ ସେବା
ଅନ୍ୟପଟେ ଏହି ସେବା ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛନ୍ତି ଅନେକ ଯାତ୍ରୀ । ଆଉ ଇଏ ହେଉଛି ତାହାର ବାସ୍ତବ ଚିତ୍ର । କିଏ ମେଡ଼ିକାଲ ଆସୁଛି ତ, ଆଉ କିଏ ଆବଶ୍ୟକୀୟ କାର୍ଯ୍ୟ ପାଇଁ ବଡ଼ ସହରକୁ ଆସିବାକୁ ଚାହିଁ ରହିଛି । କିନ୍ତୁ ଘଣ୍ଟା ଘଣ୍ଟା ଧରି ବସ ଷ୍ଟାଣ୍ଡରେ ବସି ରହିବାକୁ ପଡୁଛି । ଘରୋଇ ବସ କେତେବେଳେ ଚାଲୁଛି ତ ଆଉ କେତେବେଳେ ଠପ ରହୁଛି । ସେପଟେ ହୋଟେଲ ବଜାର ଆଦି ବନ୍ଦ ଯୋଗୁଁ ଭୋକ ଉପାସରେ ଦୀର୍ଘ ସମୟର ଅପେକ୍ଷା ଯନ୍ତ୍ରଣା କୁ ଦ୍ବିଗୁଣିତ କରିଦେଉଛି । ସେହିପରି ରାଜ୍ୟ ସଡକ ପରିବହନ ଅଧ୍ୟକ୍ଷ ଅରୁଣ ବୋଥ୍ରା କହିଛନ୍ତି, ସରକାରୀ ବସ ସେବାକୁ ବିଶେଷ ପ୍ରଭାବିତ କରିଛି ଲକଡାଉନ କଟକଣା । ଏହାରି ଭିତରେ ମଧ୍ୟ ବସ ଚଳାଚଳ ପାଇଁ ଆଲୋଚନା ଜାରି ରହିଛି । ଜନସାଧାରଣ ଯେପରି ସମସ୍ୟା ନଭୋଗନ୍ତି ସେ ବିଷୟରେ ଗୁରୁତ୍ବ ଦିଆଯାଉଥିବା ବୋଥ୍ରା କହିଛନ୍ତି ।ଦିନକୁ ଦିନ ରାଜ୍ୟରେ ଭୂତାଣୁ ସଂକ୍ରଣ ବିସ୍ତାର ଯଦି ଏପରି ଲାଗି ରହେ, ଆଉ ଯାତାୟତ ଠପ ରହେ । କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ପରିବର୍ତ୍ତେ ନନକୋଭିଡ ରୋଗୀଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି । ତେଣୁ ଏଭଳି ସ୍ଥିତିରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ସହର ମଧ୍ୟରେ ବସ ସେବା ଯୋଗାଇ ଦେବାର ଆବଶ୍ୟକ ରହିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details