କଟକ :ବନ୍ଧୁକ ବେପାରୀ ମନୋରଞ୍ଜନ ସ୍ୱାଇଁ ଗିରଫ । କାଠଯୋଡ଼ି ନଦୀ ପଠାରେ ବେଆଇନ ବନ୍ଧୁକ କାରବାର କରୁଥିଲା ବେଳେ ହ୍ୟାଣ୍ଡକପ ପକାଇଲା ବାଦମବାଡ଼ି ଥାନା ପୋଲିସ । ତେବେ ଗିରଫ ସମୟରେ ଏକ ଗୁଳି ଲୋଡ ବନ୍ଧୁକ ଓ ଦୁଇ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି ପୋଲିସ ।
ବନ୍ଧୁକ ବେପାରୀ ମନୋରଞ୍ଜନ ଗିରଫ - ବନ୍ଧୁକ ବେପାରୀ ମନୋରଞ୍ଜନ ଗିରଫ
ବନ୍ଧୁକ ବେପାରୀ ମନୋରଞ୍ଜନ ସ୍ୱାଇଁ ଗିରଫ । କାଠଯୋଡ଼ି ନଦୀ ପଠାରେ ବେଆଇନ ବନ୍ଧୁକ କାରବାର କରୁଥିଲା ବେଳେ ହ୍ୟାଣ୍ଡକପ ପକାଇଲା ବାଦମବାଡ଼ି ଥାନା ପୋଲିସ । ଅଧିକ ପଢ଼ନ୍ତୁ

ବନ୍ଧୁକ ବେପାରୀ ମନୋରଞ୍ଜନ ଗିରଫ
ତେବେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୋଲିସ ନଦୀ ପଠାରେ ରେଡ଼ ମାରିଥିଲା । ଅନ୍ୟ ମାମଲାରେ ମଧ୍ୟ ମନୋରଞ୍ଜନକୁ ଖୋଜୁଥିଲା ପୋଲିସ । ତେବେ ଦୀର୍ଘ ଦିନ ଧରି ପୋଲିସ ସହ ଲୁଚକାଳି ଖେଳ ପରେ ଆଜି ମନୋରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ତେବେ ଏହି ବନ୍ଧୁକ କେଉଁଠୁ ଆସୁଥିଲା ଓ କେଉଁମାନେ ଏହାର ଗ୍ରାହକ ସାଜିଥିଲେ ସବୁ ଦିଗରେ ପୋଲିସ ଜାରି ରଖିଛି ତଦନ୍ତ ।
ଇଟିଭି ଭାରତ, କଟକ