ଓଡିଶା

odisha

By

Published : Jan 11, 2021, 5:22 PM IST

ETV Bharat / city

ଜିଏସଟି ଠକେଇ ଅଭିଯୋଗ, କଟକରେ 5 ଟିମର ଚଢାଉ

କଟକରେ ଏକ ବଡ଼ ଧରଣର ଜିଏସଟି ଠକେଇ ଅଭିଯୋଗ । ଏନେଇ ସ୍ଥାନୀୟ ଚାଉଳିଆଗଞ୍ଜ ଅପର୍ଣ୍ଣାନଗରରେ ଚଢାଉ କରିଛି ରାଜ୍ୟ ଜିଏସଟି ବିଭାଗ । ଅଧିକ ପଢନ୍ତୁ...

GST fraud allegations in cuttack
ଜିଏସଟି ଠକେଇ ଅଭିଯୋଗ, କଟକରେ ଚଢାଉ କରିଛି ବିଭାଗ

କଟକ: କଟକରେ ଏକ ବଡ଼ ଧରଣର ଜିଏସଟି ଠକେଇ ଅଭିଯୋଗ । ଏନେଇ ସ୍ଥାନୀୟ ଚାଉଳିଆଗଞ୍ଜ ଅପର୍ଣ୍ଣାନଗରରେ ଚଢାଉ କରିଛି ରାଜ୍ୟ ଜିଏସଟି ବିଭାଗ । ଶସ୍ତା ସିଗାରେଟ ଏବଂ ଗୁଟଖା ବ୍ୟବସାୟ କରୁଥିବା ସୁଦର୍ଶନ ଜେନା ନାମକ ଜଣେ ବ୍ୟବସାୟୀଙ୍କ ଘର ସମେତ ତାଙ୍କର ଗୋଦାମକୁ ମିଶାଇ ମୋଟ ୫ ଟି ସ୍ଥାନରେ ଚଢାଉ କରୁଛି ଜିଏସଟି ବିଭାଗର ୫ଟି ଟିମ୍ ।

ଜିଏସଟି ଠକେଇ ଅଭିଯୋଗ, କଟକରେ ଚଢାଉ କରିଛି ବିଭାଗ

ସିଗାରେଟ ଏବଂ ଗୁଟଖା ବ୍ୟବସାୟ କରୁଥିବା ସୁଦର୍ଶନ ଜେନା କୋଟି କୋଟି ଟଙ୍କାର କାରବାର କରୁଥିଲେ ମଧ୍ୟ ନିୟମିତ ଭାବେ ଜିଏସଟି ଠକେଇ କରିଆସୁଥିଲେ । ଏନେଇ ଜିଏସଟି ବିଭାଗକୁ ଖବର ମିଳିବା ପରେ ବିଭାଗ ତାଙ୍କ ଉପରେ ଦୀର୍ଘ ଦିନ ହେଲା ନଜର ରଖି ଆସୁଥିଲା ।

ତେବେ ଆଜି(ସୋମବାର) ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଏକାକାଳୀନ ଚଢାଉ କରାଯାଇଥିବା ରାଜ୍ୟ ଜିଏସଟି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଚଢାଉ ଜାରି ରହିଥିବାରୁ ଏ ବାବଦରେ ଅଧିକ ସୂଚନା ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details