କଟକ: ଚଳିତବର୍ଷ ଦୀପାବଳି ପାଇଁ କଟକରେ ବାଣ ବେପାରକୁ ଅନୁମତି ମିଳିବ । କୋଭିଡ କଟକଣା ମାନି ବାଣ ବ୍ୟବସାୟୀ ବେପାର କରିବେ । ଖୁବଶୀଘ୍ର ସେମାନଙ୍କୁ ବ୍ୟବସାୟ ପାଇଁ ଲାଇସେନ୍ସ ପ୍ରଦାନ କରାଯିବ ବୋଲି କଟକ ଡିସିପି ପ୍ରତୀକ ସିଂହ ସ୍ପଷ୍ଟ କରିଛନ୍ତି ।
ଚଳିତବର୍ଷ କୋରୋନା ସଂକ୍ରମଣ ପାଇଁ ପାର୍ବଣ ଋତୁ ଏକ ପ୍ରକାର ଫିକା ପଡିଯାଇଛି । ପ୍ରଥମେ ଗଣେଶ ପୂଜା ପରେ ଦଶହରା ଓ ଏବେ କାଳୀପୂଜା ମଧ୍ୟ କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ଏହାରି ମଧ୍ୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା କି ଚଳିତବର୍ଷ ଆଲୋକର ପର୍ବ ଦୀପାବଳି ପାଳନ ହେବ ନା ନାହିଁ ।