ଓଡିଶା

odisha

ETV Bharat / city

ମହାମାରୀରେ 12 ବର୍ଷୀୟ ଝିଅର ମହାନତା, ଜନ୍ମମାଟି ପାଇଁ ଯୋଗାଡ କରୁଛନ୍ତି ସହାୟତା - cuttack news

12 ବର୍ଷ ବୟସରେ ଜନ୍ମମାଟିର ଚିନ୍ତା । ମହାମାରୀ ସମୟରେ ଓଡିଶାକୁ ସହାୟତା କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି ଲୋରା । ଆମେରେକୀୟଙ୍କୁ ସେ ଦେଉଛନ୍ତି ଭାରତୀୟ ସ୍ନାକ୍ସର ମଜା । ଘରଘର ବୁଲି ହୋମ ଡେଲିଭରୀ କରୁଛନ୍ତି । ଅଧିକ ପଢନ୍ତୁ...

great initiative in pandemic, 12 yrs old NRI Girl trying hard to be a helping hand for ODISHA
ମହାମାରୀରେ ମହାନତା; ଜନ୍ମମାଟି ପାଇଁ ଯୋଗାଡ କରୁଛନ୍ତି ସହାୟତା

By

Published : Jun 16, 2021, 5:26 PM IST

କଟକ : ବସୟ କମ ହେଲେ କାମ ବଡ । ମହାମାରୀ କାଳରେ ଯେଉଁଠି ବଡ ବଡ ଲୋକେ ଅନ୍ୟକୁ ସହାୟତା କରିବା ପାଇଁ ପଛଘୁଞ୍ଜା ଦେଉଛନ୍ତି । ସେଠି 12 ବର୍ଷ ବୟସରେ କିଛି ଅଲଗା କରିବାର ଇଚ୍ଛା ତାଙ୍କୁ ଦେଇଛି ନୂଆ ପରିଚୟ । ବିଦେଶରେ ରହିବି ଭୂଲି ନାହାଁନ୍ତି ଜନ୍ମ ମାଟିକୁ ।କୋରୋନା ମହାମାରୀ ସମୟରେ ମହାନତା ଦେଖାଇଛନ୍ତି 12 ବର୍ଷର ନାବାଳିକା । ଲୋକଙ୍କୁ କୋଭିଡ ସହାୟତା ଦେବା ପାଇଁ କଠିନ ପରିଶ୍ରମ କରୁଛନ୍ତି କଟକ ତଳ ତେଲେଙ୍ଗା ବଜାର ଝିଅ ଲୋରା ମହାପାତ୍ର । ଆମେରିକୀୟଙ୍କୁ ସେ ଦେଉଛନ୍ତି ଭାରତୀୟ ସ୍ନାକ୍ସର ମଜା । ଘରଘର ବୁଲି ହୋମ ଡେଲିଭରୀ କରୁଛନ୍ତି । ଆଉ ଏହାର କାରଣ ହେଉଛି ଓଡିଶା । ମହାମାରୀ ଲଢେଇରେ ଜନ୍ମମାଟିକୁ 2000 ଡଲାର ସହାୟତା ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ଲୋରା । ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ପ୍ରାୟ 1ଲକ୍ଷ 50 ହଜାର ଟଙ୍କା ହେବ । ଏବେ ସୁଦ୍ଧା ମଧ୍ୟ ସେ କିଛି ଟଙ୍କା ପଠାଇସାରିଥିବା ବେଳେ ଓଡିଆ ଝିଅର ଏପରି ମହାନତା ଦେଖି ଛୁଟୁଛି ଶୁଭେଚ୍ଛାର ସୁଅ ।

ମହାମାରୀରେ 12 ବର୍ଷୀୟ ଝିଅର ମହାନତା
ଲୋରାଙ୍କ ବାପା ରାମପ୍ରସାଦ ମହାପାତ୍ର ପେଶାରେ ଜଣେ ଡାକ୍ତର ହୋଇଥିବା ବେଳେ ମା ସୁଚିସ୍ମିତା ଜଣେ କର୍ମଜୀବୀ ମହିଳା । ଆମେରିକାର ମଙ୍କାଟୋ ସହରରେ ଉଭୟେ ଚାକିରୀ କରନ୍ତି । ଲୋରା ମଧ୍ୟ ସେଠାରେ ଏକ ସ୍କୁଲରେ ଷଷ୍ଠ ଶ୍ରଣୀରେ ପଢନ୍ତି । ସେ ଗତବର୍ଷ ନିଜ ପିଗି ବ୍ୟାଙ୍କରୁ ନ୍ୟୁୟର୍କକୁ କୋଭିଡ ପାଇଁ ସହାୟତା ରାଶି ପ୍ରଦାନ କରିଥିଲେ। ହେଲେ ଚଳିତବର୍ଷ ଭାରତରେ କୋରୋନାର ସ୍ଥିତି ଓଡିଶାରେ ସଙ୍ଗୀନ ରହିଛି । ତେଣୁ ଏହି ବିପଦ ସମୟରେ ଓଡିଶାକୁ କିଛି କୋଭିଡ ସହାୟତା ଦେବା ଲକ୍ଷ୍ୟରେ ରହିଛନ୍ତି ସେ ।

ସିଙ୍ଗଡ଼ା, କଚୋଡି, ଆଲୁ ଭୁଜିଆ, ଗୁଲାବଜାମୁନ ଆଦି ବିକ୍ରି କରି ଯାହା ରୋଜଗାର କରିଛନ୍ତି । ସେ ସବୁ ଅର୍ଥକୁ ଓଡ଼ିଶା ସୋସାଇଟି ଅଫ ଆମେରିକା ହେଲଥ ଆଣ୍ଡ ୱେଲନେସ ଗ୍ରୁପ୍ ରେ ଡିପୋଜିଟ କରୁଛନ୍ତି । ଯାହା ଓଡିଶାବାସୀଙ୍କ କୋରୋନା ସହାୟତାରେ ଲାଗିବ । ଆମେରିକାରେ ରହୁଥିବା ଭାରତୀୟ ଡାକ୍ତରମାନେ ଏହି ସଂଗଠନ କରିଛନ୍ତି । ଏହି ସଂଗଠନର ଲକ୍ଷ୍ୟ ଓଡିଶାରେ ବିପତ୍ତି ସମୟରେ ସହାୟତା କରିବା । ଜନ୍ମ ମାଟିରେ ନ ରହି ମଧ୍ୟ ନିଜ ଭିଟାମାଟିକୁ ଭୁଲି ନାହାଁନ୍ତି ଲୋରା । କଅଁଳ ବୟସରେ ଲୋରାଙ୍କ ଏପରି କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ଏକ ସକରାତ୍ମକ ଉଦାହରଣ ନିଶ୍ଚେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details