ଓଡିଶା

odisha

ETV Bharat / city

ଅବହେଳିତ ଅବସ୍ଥାରେ କଟକସ୍ଥିତ ସ୍ବାଧୀନତା ସଂଗ୍ରାମର 2ସ୍ମାରକୀ - ଜାନକୀନାଥ ଭବନ

କଟକ ଜିଲ୍ଲାରେ ରହିଛି ସ୍ବାଧୀନତା ଆନ୍ଦୋଳନର ଦୁଇଟି ସ୍ମାରକୀ । ଗୋଟିଏ ସ୍ବରାଜ ଆଶ୍ରମ ଓ ଅନ୍ୟଟି ଜାନକୀନାଥ ଭବନ । ତେବେ ଏହି ଦୁଇ ଆଶ୍ରମ ଏବେ ଅବହେଳିତ ଅବସ୍ଥାରେ ପଡିଛି ।

ଡିଜାଇନ ଫଟୋ

By

Published : Aug 16, 2019, 8:07 PM IST

କଟକ: ଜିଲ୍ଲାରେ ରହିଛି ସ୍ବାଧୀନତା ସଂଗ୍ରାମର ଦୁଇଟି ସ୍ମାରକୀ । ଗୋଟିଏ ସ୍ବରାଜ ଆଶ୍ରମ ଓ ଅନ୍ୟଟି ଜାନକୀନାଥ ଭବନ । ସ୍ବରାଜ ଆଶ୍ରମରେ ରାତି ବିତାଇ ଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଏପଟେ ଓଡ଼ିଆ ବଜାର ସ୍ଥିତ ଜାନକୀନାଥ ଭବନରେ ଜନ୍ମ ନେଇଥିଲେ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ । ତେବେ ସ୍ବାଧୀନତା ସଂଗ୍ରାମର ଏହି ଦୁଇ ସ୍ମାରକୀ ଏବେ ଅବହେଳିତ । ସର୍ବହରା ହୋଇପଡିଛି ସ୍ବରାଜ ଆଶ୍ରମ । ଏପଟେ ଜାନକୀ ଭବନକୁ ଯିବାକୁ ଭଲ ରାସ୍ତା ଖଣ୍ଡେ ବି ନାହିଁ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା କଟକ

ତେବେ ଭାରତୀୟ ସ୍ବାଧୀନତା ସଂଗ୍ରାମର କେନ୍ଦ୍ର ସ୍ଥଳୀ ଥିଲା ସ୍ବରାଜ ଆଶ୍ରମ । ଗାନ୍ଧୀ ଯେତେବେଳେ ଓଡିଶା ଗସ୍ତରେ ଆସୁଥିଲେ, ଏହି ସ୍ବରାଜ ଆଶ୍ରମ ରହୁଥିଲେ । ଗାନ୍ଧୀ 7ଥର ଓଡିଶା ଆସିଥିବା ବେଳେ ପାଖାପାଖି 4 ଥର ସେ ଏହି ଆଶ୍ରମରେ ରହିଛନ୍ତି । 1921 ମାର୍ଚ୍ଚ 23ରେ ପ୍ରଥମଥର ପାଇଁ ସେ କଟକ ଆସିଥିଲେ । ପୁରିଘାଟ ନିକଟରେ ଥିବା ବାଲି ପଡ଼ିଆରେ ଆୟୋଜିତ ଏକ ବିଶାଳ ଜନ ସଭାରେ ସେ ଯୋଗ ଦେଇଥିଲେ । ଗାନ୍ଧୀଙ୍କ ଏହି ପ୍ରଥମ ଗସ୍ତରେ ତାଙ୍କୁ ପାଖାପାଖି ଲକ୍ଷେରୁ ଅଧିକ ଲୋକ ସ୍ୱାଗତ କରିଥିଲେ । ଗାନ୍ଧୀଙ୍କୁ ଦେଖିବା ପାଇଁ ଏତେ ଭିଡ଼ ହୋଇଥିଲା ଯେ, ସ୍ବରାଜ ଆଶ୍ରମକୁ ଆସିବାପାଇଁ ତାଙ୍କୁ 3 ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ।

ତେବେ ଗାନ୍ଧିଜୀ ରାତ୍ର ସମୟରେ ଏହି ଆଶ୍ରମରେ ହିଁ ରାତ୍ର ଜୀବନ କାଟିଥିଲେ । ତେବେ ଏହି ସ୍ଥାନ ଏବେ ଅବହେଳିତ ଅବସ୍ଥାରେ । ଯେତିକି ବିକଶିତ ହେବା କଥା ଏହା ସେତିକି ହେଇପାରି ନାହିଁ । ବିକାଶ କେବଳ ଘୋଷଣାରେ ହିଁ ରହିଯାଇଛି । ଏହା ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ହୋଇପାରିଲେ, ଗାନ୍ଧିଜୀଙ୍କ ପ୍ରତି ଏହା ଉପଯୁକ୍ତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମତ ପ୍ରକାଶ ପାଇଛି ।

ସେହିପରି ଅନ୍ୟତମ ସ୍ବାଧୀନତା ସଂଗ୍ରାମୀଙ୍କ କଥା କହିଲେ ନେତାଜୀ ସୁବାଷ ବୋଷଙ୍କ କଥା ମନେପଡେ । 1897 ମସିହା ଜାନୁଆରୀ 23 ତାରିଖରେ କଟକ ଓଡ଼ିଆବଜାର ସ୍ଥିତ ଜାନକୀନାଥ ଭବନରେ ସେ ଜନ୍ମ ଗ୍ରହଣ କରିଥିଲେ । ରେଭେନ୍ସା କଲିଜିଅଟ ସ୍କୁଲରେ ପାଠ ପଡିବା ସମୟରେ ନାରାୟଣ ପ୍ରସାଦ ମହାନ୍ତି ଓ ପ୍ରଧାନ ଶିକ୍ଷକ ବେଣୀମାଧବ ଦାଶଙ୍କ ଦ୍ଵାରା ସେ ପ୍ରଭାବିତ ହୋଇ ତାଙ୍କ ମନରେ ଦେଶାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥିଲା । ବ୍ରିଟିଶମାନଙ୍କଠାରୁ କିଭଳି ଦେଶକୁ ସ୍ୱାଧୀନ କରିବେ ସେହି ଭାବନା ତାଙ୍କ ମନରେ ସୃଷ୍ଟି ହୋଇଥିଲା । ପରେ ସ୍ବାମୀ ବିବେକାନନ୍ଦଙ୍କ ସଂସ୍ପର୍ଶରେ ଆସି ତାଙ୍କ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି ହୋଇଥିଲା । ବ୍ରିଟିଶମାନଙ୍କ ବିରୋଧରେ ତାଙ୍କ ମନରେ ଏତେ ଘୃଣା ଆସିଥିଲା ଯେ ଦେଶକୁ ସ୍ୱାଧୀନତା ଦେବା ପାଇଁ ତାଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା ।

ତେବେ ତାଙ୍କ ଜୀବନର ଅନେକ ତଥ୍ୟ ଏବେବି ସଂଗୃହିତ ହୋଇ ରହିଛି ତାଙ୍କ ସଂଗ୍ରହାଳୟରେ । ସଂଗ୍ରହାଳୟର 12 ଟି ଗ୍ୟାଲେରିରେ ସେ ସବୁ ରଖାଯାଇଛି । ଏହା ଦ୍ୱାରା ଆଗାମୀ ଯୁବ ପୀଢ଼ିଙ୍କ ମଧ୍ୟରେ ଦେଶାତ୍ମକ ଭାବନା ସୃଷ୍ଟି ହେବ । ସବୁଠାରୁ ବଡ଼ କଥା ହେଉଛି ଏହି ସ୍ଥାନକୁ ଯିବାପାଇଁ ପ୍ରବେଶ ପଥ ସଂକୀର୍ଣ୍ଣ ହୋଇଥିବାରୁ, ଏଠାକୁ କମ ପର୍ଯ୍ୟଟକ ଆସୁଥିବା ଅଭିଯୋଗ ହୋଇଛି ।


ତେବେ ଏହି ଦୁଇ ସ୍ମାରକୀକୁ ଯେମିତି ଭୁଲିଯାଇଛନ୍ତି ସରକାର । ଦିନକୁ ଦିନ ଏଠାକୁ କମିବାରେ ଲାଗୁଛି ପର୍ଯ୍ୟଟକଙ୍କ ସଂଖ୍ୟା । ତେଣୁ ଏହି ସ୍ମାରକୀ ପ୍ରତି ଏବେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଦାବି ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details