କଟକ: କଟକ ମହାନଗର ନିଗମ 58 ନଂ ୱାର୍ଡ ଅନ୍ତର୍ଗତ ଗୋପାଳ ସାହି ଓ ପ୍ରତାପ ନଗରୀ ଅଞ୍ଚଳରେ କ୍ରମାଗତ ଭାବେ ଚିହ୍ନଟ ହୋଇଛନ୍ତି 9 କୋରୋନା ଆକ୍ରାନ୍ତ । ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା କାରଣରୁ ସମ୍ପୃକ୍ତ ଅଞ୍ଚଳ ଦ୍ବୟକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ସିଏମସି । ଏହି ଦୁଇ ଅଞ୍ଚଳରେ ବର୍ତ୍ତମାନ ପ୍ରବେଶ ଉପରେ କଟକଣା ଜାରି କରାଯିବା ସହ ସମ୍ପୃକ୍ତ ଅଞ୍ଚଳର ବାସିନ୍ଦା ବାହାରକୁ ଯାଇପାରିବେ ନାହିଁ ବୋଲି ସିଏମସି ସ୍ପଷ୍ଟ କରିଛି ।
ଗୋପାଳ ସାହି ଓ ପ୍ରତାପ ନଗରୀକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମସି - କଟକରେ କୋରୋନା ଅପଡେଟ
କଟକ ମହାନଗର ନିଗମ 58 ନଂ ୱାର୍ଡ ଅନ୍ତର୍ଗତ ଗୋପାଳ ସାହି ଓ ପ୍ରତାପ ନଗରୀ ଅଞ୍ଚଳରେ କ୍ରମାଗତ ଭାବେ ଚିହ୍ନଟ ହୋଇଛନ୍ତି 9 କୋରୋନା ଆକ୍ରାନ୍ତ । ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା କାରଣରୁ ସମ୍ପୃକ୍ତ ଅଞ୍ଚଳ ଦ୍ବୟକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ସିଏମସି ।
![ଗୋପାଳ ସାହି ଓ ପ୍ରତାପ ନଗରୀକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମସି corona situation in cuttack, new containment zone in cuttack, corona update in cuttack, cuttack latest news, କଟକରେ କୋରୋନା ସ୍ଥିତି, କଟକରେ ନୂଆ କଣ୍ଟେନମେଣ୍ଟ ଜୋନ, କଟକରେ କୋରୋନା ଅପଡେଟ, କଟକ ଲାଟେଷ୍ଟ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/768-512-8027021-294-8027021-1594742954199.jpg)
ଗୋପାଳ ସାହି ଓ ପ୍ରତାପ ନଗରୀକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମସି
ସେହିପରି ସମ୍ପୃକ୍ତ ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଞ୍ଚଳବାସୀଙ୍କୁ ଯୋଗାଇ ଦିଆଯିବା ପାଇଁ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ନେଇ ସୂଚନା ରହିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ