କଟକ:ବାରଙ୍ଗ ଗୋପାଳ ନାୟକ ହତ୍ୟାକାଣ୍ଡ ମାମଲାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଗୋପାଳଙ୍କୁ ହତ୍ୟା ଅଭିଯୋଗରେ ତାଙ୍କର ପତ୍ନୀ ଝୁମୁରି ନାୟକ ଓ ପତ୍ନୀଙ୍କ ପୁରୁଷ ବନ୍ଧୁ ଜଗନ୍ନାଥ ଜେନାଙ୍କୁ ଗିରଫ କରିଛି ପୋଲିସ । ପରକୀୟା ପ୍ରୀତିକୁ କେନ୍ଦ୍ର କରି ଏହି ହତ୍ୟା ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।
ବାରଙ୍ଗ ଗୋପାଳ ନାୟକ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ପରକୀୟା ପ୍ରୀତିରୁ ହତ୍ୟା - ପରକିୟା ପ୍ରୀତି ଯୋଗୁଁ ଗୋପାଳ ନାୟକକୁ ହତ୍ୟା
କଟକ ବାରଙ୍ଗ ଗୋପାଳ ନାୟକ ହତ୍ୟାକାଣ୍ଡ । ପରକିୟା ପ୍ରୀତି ଯୋଗୁଁ ତାଙ୍କର ହତ୍ୟା କରାଯାଇଥିବା କହିଛି ପୋଲିସ । ଅଧିକ ପଢନ୍ତୁ
ବାରଙ୍ଗ ଗୋପାଳ ନାୟକ ହତ୍ୟାକାଣ୍ଡ, ପରକିୟା ପ୍ରୀତି ଯୋଗୁଁ ହତ୍ୟା !
ଜଟଣୀ ଥାନା ଅଧିନ ନୂଆ ଗାଁ ବାସିନ୍ଦା ଗୋପାଳ ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ଗ୍ରାମରେ ଘର ଜ୍ବାଇଁ ଭାବରେ ରହୁଥିଲେ ଏବଂ ବାଆଁରା ଗ୍ରାମ ନିକଟସ୍ତ ଏକ ଘରୋଇ ମେଡିକାଲରେ ସ୍ବିପର ଭାବେ କାମ କରୁଥିଲେ । ଗତ 21 ତାରିଖ ଦିନ ସକାଳୁ ଘରୁ କାମ କରିବାକୁ କହି ଆସିଥିଲେ ହେଲେ ଆଉ ଘରକୁ ଫେରି ନଥିଲେ । ସନ୍ଧ୍ୟାରେ ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । ତାଙ୍କର କୌଣସି ସୂଚନା ମିଳିନଥିବା ବେଳେ କେବଳ ତାଙ୍କର ଏକ ସ୍କୁଟିକୁ ପାଇଥିଲେ । ସ୍କୁଟିକୁ ପାଇ ପୋଲିସକୁ ଖବର ଦେଇଥିଲେ । ତେବେ ଉଭୟ ଗୋପାଳକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ୨ ଅଭିଯୁକ୍ତ ।
ଇଟିଭି ଭାରତ, କଟକ