କଟକ:ବାରବାଟୀ ଷ୍ଟାଡିୟମର ହେବ ନବକଳେବର । ଏ ନେଇ ଉଭୟ ରାଜ୍ୟ ସରକାର ଓ ଓସିଏ ଅଣ୍ଟା ଭିଡିଛନ୍ତି । ଏଣିକି ମ୍ୟାଚ୍ ସମୟରେ ଆଉ ନିରାଶ ହେବେ ନାହିଁ କାରଣ ଆଗକୁ ବାରବାଟୀ ଷ୍ଟାଡିୟମର ସିଟ୍ ସଂଖ୍ୟା ବଢିବାକୁ ଯାଉଛି । ଯାହା ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଏଯାବତ୍ ବାରବାଟୀର ଦର୍ଶକ କ୍ଷମତା ୪୫ ହଜାର ରହିଥିଲା । ଯାହାଦ୍ବାରା ମ୍ୟାଚ୍ ସମୟରେ ହଜାର ହଜାର ଦର୍ଶକ ଖେଳ ଦେଖିବାକୁ ନିରାଶ ହେଉଛନ୍ତି ।
ତେଣୁ ମୋଟେରା ଷ୍ଟାଡିୟମକୁ(ନରେନ୍ଦ୍ର ମୋଦି ଷ୍ଟାଡିୟମ) ଡିଜାଇନ କରିଥିବା ପପୁଲସ କମ୍ପାନୀ ଦର୍ଶକ କ୍ଷମତା ବୃଦ୍ଧି କରିବା ସମ୍ପର୍କରେ ୧୫ରୁ ୨୦ ଦିନ ମଧ୍ୟରେରେ ବ୍ଲୁ ପ୍ରିଣ୍ଟ ଦେବ। ଆଉ ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହେବା ନେଇ ଓଡିଶା କ୍ରିକେଟ ଆସୋସିଏସନ(OCA) ପକ୍ଷରୁ କୁହାଯାଇଛି । ଦିନକୁ ଦିନ ଫ୍ୟାନ୍ସଙ୍କ କ୍ରିକେଟ ପ୍ରତି ଅଧିକ ଉତ୍ସାହ ଓ ଭଲ ପାଇବା ବଢୁଛି । ଏହାକୁ ଦୃଷ୍ଟିରେ ରଖି ଆହୁରି ୧୫ରୁ ୨୦ ହଜାର ସିଟ୍ ବୃଦ୍ଧି କରିବ ଓସିଏ ।