କଟକ: ସିଲ ହେଲା କଟକର ଲାଲଚନ୍ଦ ଜୁଏଲର । କୋଭିଡ ନିୟମ ଭାଙ୍ଗି ଥିବାରୁ ସିଏମସି ଓ ପୋଲିସର ମିଳିତ ଉଦ୍ୟମରେ ଶଉଆ ଦୋକାନ ହୋଇଛି ସିଲ ।
ଡେପ୍ୟୁଟି କମିଶନର ସଞ୍ଜିବିତା ରାଏ ଓ ମଙ୍ଗଳାବାଗ ପୋଲିସ ନିର୍ଦ୍ଦେଶରେ କୋଭିଡ ନିୟମ ଉଲଂଘନ ନେଇ ଲାଲଚାନ୍ଦକୁ ସିଲ କରାଯାଇଛି । ଏହାସହ ଖିମଜି ଜୁଏଲରୀକୁ 50 ହଜାର ଟଙ୍କା ଫାଇନ ଓ ଅନ୍ୟାନ୍ୟ ସୁନା ଦୋକାନକୁ 26,000 ଟଙ୍କା ଲେଖାଏଁ ଫାଇନ କରିଛି ସିଏମସି ।