ଓଡିଶା

odisha

ଆଇନ ବିଶ୍ବବିଦ୍ୟାଳୟରେ ଅଭାବନୀୟ ଘଟଣା, ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ

ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଅଭାବନୀୟ ଘଟଣା। ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ଜଣେ ଆଇନଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ। ଅଧିକ ପଢ଼ନ୍ତୁ

By

Published : Apr 5, 2022, 11:34 AM IST

Published : Apr 5, 2022, 11:34 AM IST

Updated : Apr 5, 2022, 5:58 PM IST

ଆଇନ ବିଶ୍ବ ବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
girl student dead body found at hostel in national law university cuttack

କଟକ: ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଅଭାବନୀୟ ଘଟଣା। ବିଶ୍ବବିଦ୍ୟାଳୟର ବାଳିକା ହଷ୍ଟେଲରୁ ଜଣେ ଆଇନଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ। ମୃତ ଛାତ୍ରୀ ଜଣକ ଉତ୍ତରାଖଣ୍ଡର ସୁରବୀ ପଞ୍ଚପାଲ ବୋଲି ସୂଚନା ମିଳିଛି।

ଆଇନ ବିଶ୍ବବିଦ୍ୟାଳୟରେ ଅଭାବନୀୟ ଘଟଣା, ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ

କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଦ୍ବିତୀୟ ବର୍ଷ ଆଇନ ବିଭାଗର ଛାତ୍ରୀ ଥିଲେ ସୁରବୀ ପଞ୍ଚପାଲ। ଗତକାଲି (ସୋମବାର) ରାତି ପ୍ରାୟ ୮ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ସ୍ଥାନୀୟ ଏସସିବି ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାର ତଦନ୍ତ କରୁଛି ପୋଲିସ।

girl student dead body found at hostel in national law university cuttack

ମିଳିଥିବା ସୂଚନା ଅନୁଯାୟୀ ସୁରବୀ କିଛି ଦିନ ହେବ କ୍ଳାସରେ ଅନୁପସ୍ଥିତ ରହୁଥିଲେ। କଲେଜ କର୍ତ୍ତୃପକ୍ଷଙ୍କ ସହ ଛାତ୍ରଛାତ୍ରୀଙ୍କ ମନମାଳିନ୍ୟ ଦେଖା ଯାଇଥିଲା। ଦୀର୍ଘ ଦିନ ଧରି ଏପରି ଅସନ୍ତୋଷ ମନଭାବ ଯୋଗୁଁ ଅନେକ ଛାତ୍ରଛାତ୍ରୀ ମାନସିକ ଚାପରେ ରହୁଥିଲେ। ଏହି କାରଣରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରି ଅଭାବନୀୟ ଘଟଣା ପାଇଁ ଆଇନ ବିଶ୍ବବିଦ୍ୟାଳୟର କୁଳପତି ଓ କୁଳସଚିବଙ୍କୁ ଦାୟୀ କରିଛନ୍ତି ଛାତ୍ରଛାତ୍ରୀ।

ଅନ୍ୟପଟେ ଏହି ଘଟଣାରେ ବିଶ୍ବ ବିଦ୍ୟାଳୟର କୌଣସି ସମ୍ପୃକ୍ତି ନଥିବା କୁଳସଚିବ ପ୍ରଫେସର ଡ଼ଃ ଯୋଗେଶ ପ୍ରତାପ ସିଂହ କହିଛନ୍ତି । ଏଥିସହ ମୃତ ଛାତ୍ରୀ ମାନସିକ ଚାପରେ ରହୁଥିବା କଥା ମଧ୍ୟ ସ୍ବୀକାର କରିଛଚନ୍ତି । ଏପଟେ ପୋଲିସର ତଦନ୍ତ ପରେ ଏହି ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ସେ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 5, 2022, 5:58 PM IST

ABOUT THE AUTHOR

...view details