କଟକ:କଟକ ନଗର କଂଗ୍ରେସ ସଭାପତି ଭାବେ ଦାୟିତ୍ବ ନେଲେ କଲେ ଗିରିବାଳା ବେହେରା । ଏହାପୂର୍ବରୁ ସେ କଟକର କର୍ପୋରେଟର ଦାୟିତ୍ବରେ ରହି ସାରିଛନ୍ତି। ଆଗକୁ ପୌର ନିର୍ବାଚନ ହେବାକୁ ଅଛି। ଏହାକୁ ନେଇ କଂଗ୍ରସ ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଗିରିବାଳା ପୂର୍ବରୁ ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ କଟକ ନଗର କଂଗ୍ରେସ ସଭାପତି ଦାୟିତ୍ବରେ ରହିଥିଲେ। ତେବେ ଆଜି(ରବିବାର) ସେ ଏହି ଦାୟିତ୍ବ ଗିରିବାଳାଙ୍କୁ ଦେଇଛନ୍ତି।
କଟକ ନଗର କଂଗ୍ରେସ ସଭାପତି ହେଲେ ଗିରିବାଳା ବେହେରା - congress
କଟକ ନଗର କଂଗ୍ରେସ ସଭାପତି ଭାବେ ଦାୟିତ୍ବ ନେଲେ କଲେ ଗିରିବାଳା ବେହେରା। କଟକ ନଗର କଂଗ୍ରେସର ନୂତନ ସଭାପତିଙ୍କ ପାଇଁ ଆଜି ଦଳ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅଧିକ ପଢ଼ନ୍ତୁ...
ପୌର ନିର୍ବାଚନରେ କଟକରେ ବିପୁଳ ଭୋଟରେ କଂଗ୍ରସ ବିଜୟୀ ଲାଭ କରିବା ନେଇ ଦଳ ଆଶାବାଦୀ ହୋଇ ରହିଛି। ଏହାକୁ ନେଇ କଟକ ନଗର କଂଗ୍ରେସର ନୂତନ ସଭାପତି ଗିରିବାଳା ବେହେରା କହିଛନ୍ତି ଯେ, "ସାଂଗଠନିକ ଦାୟିତ୍ବ ମିଳିଥିବାରୁ ମୁଁ କୃତଜ୍ଞ। ମୋର ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବାକୁ ଚେଷ୍ଟା କରିବି। ପୌର ନିର୍ବାଚନ ପାଇଁ କଂଗ୍ରେସ କର୍ମୀ ଏକ ହୋଇ କାମ କରିବେ। ବିଧାନସଭା ନିର୍ବାଚନରେ ଯେଭଳି କଂଗ୍ରେସ ଭଲ କାର୍ଯ୍ୟ କରି ମୋହମ୍ମଦ ମୋକ୍କିମଙ୍କୁ ବିଜୟୀ କରିଛି ପୌର ନିର୍ବାଚନ ପାଇଁ ମଧ୍ୟ ସେଭଳି ପ୍ରସ୍ତୁତି କରିବୁ। ମୋତେ ଏଭଳି ଏକ ଗୁରୁ ଦାୟିତ୍ବ ଦେଇଥିବାରୁ ମୁଁ ବାରବାଟୀ ବିଧାୟକଙ୍କୁ ଧନ୍ୟବାଦ ଦେଉଛି।"
କଟକ ନଗର କଂଗ୍ରେସର ନୂତନ ସଭାପତିଙ୍କ ପାଇଁ ଆଜି ଦଳ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମଙ୍କ ସହ ବହୁ କଂଗ୍ରେସ କର୍ମୀ ଓ ନେତା ଯୋଗ ଦେଇଥିଲେ। ଏହାପରେ ଆନୁଷ୍ଠାନିକ ଭାବରେ ଗିରିବାଳା ବେହେରାଙ୍କୁ କଟକ ନଗର କଂଗ୍ରେସ ସଭାପତି ଦାୟିତ୍ବ ଦିଆଯାଇଥିଲା।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ