କଟକ:କଟକସ୍ଥିତ ଟାଙ୍ଗୀ ଡ୍ରିମ୍ସ ଛକରୁ ୮୦ କେଜି ଗଞ୍ଜେଇ ଜବତ ହୋଇଛି । ସୂଚନାନୁସାରେ ଏହା କନ୍ଧମାଳରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବାବେଳେ ରାଜ୍ୟ ଫ୍ଲାଇଙ୍ଗ ସ୍କ୍ବାର୍ଡ ଦ୍ବାରା ଗଞ୍ଜେଇ ଜବତ କରିଛି । ତେବେ ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ବାର୍ଡ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ବରେ ଗଠନ ହୋଇଥିବା ଏହି ଟିମ୍ ଗଞ୍ଜେଇ ଜବତ କରିଥିବା ଜଣାପଡିଛି ।
ସେପଟେ ଏହି ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ତିନି ଜଣକୁ ଗିରଫ କରାଯିବା ସହ ଏକ କାର ଜବତ ହୋଇଛି । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଗିରଫ ହୋଇଥିବା ୩ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି ।