କଟକ:ଗ୍ୟାଙ୍ଗଷ୍ଟର ସେକ ହାଇଦର କୋରୋନା ସଂକ୍ରମିତ । ଆଣ୍ଟିଜେନ ପରେ ଆରଟିପିସିଆର ରିପୋର୍ଟ ମଧ୍ୟ ପଜିଟିଭ । କୋରୋନା ଆକ୍ରାନ୍ତ ହେବା ପରେ ହାଇଦର ରିମାଣ୍ଡକୁ ସ୍ଥଗିତ ରଖାଯାଇଛି । ଆଜି ସକାଳ 7 ଠାରୁ ହାଇଦରର 7 ଦିନିଆ ରିମାଣ୍ଡ ଆରମ୍ଭ ହେଉଥିଲା ।
ସୂଚନାଯୋଗ୍ୟ, ଗତକାଲି ହାଇଦରକୁ ହାଇଦ୍ରାବାଦରୁ ଓଡିଶାକୁ ଅଣାଯାଇଥିଲା । ଭୁବନେଶ୍ବର ବିମାନ ବନ୍ଦରରେ ତାର କୋରୋନା ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ ଆସିଛି । ତେବେ ଏବେ ହାଇଦର ସଂସ୍ପର୍ଶରେ ଆସିଥିବା କଟକ ଡିସିପି ପୋଲିସ ଠାରୁ କମିଶନରେଟ ପୋଲିସ ସମସ୍ତଙ୍କ ହୋଇପାରେ କୋଭିଡ ଟେଷ୍ଟ ।