ଓଡିଶା

odisha

ETV Bharat / city

ବିଭିନ୍ନ ଦାବି ନେଇ ଗାଁ ସାଥୀ କ୍ରିୟାନୁଷ୍ଠାନ କମିଟିର ସମାବେଶ - gan sathi Action Committee meeting

ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀର ଗାଁ ସାଥୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମାବେଶ । ବିଭିନ୍ନ ସମସ୍ୟା ପୂରଣ ଦିଗରେ ରଖିଲେ ଏକାଧିକ ଦାବି । ଅଧିକ ପଢନ୍ତୁ...

ବିଭିନ୍ନ ଦାବି ନେଇ ଗାଁ ସାଥୀ କ୍ରିୟାନୁଷ୍ଠାନ କମିଟିର ସମାବେଶ
ବିଭିନ୍ନ ଦାବି ନେଇ ଗାଁ ସାଥୀ କ୍ରିୟାନୁଷ୍ଠାନ କମିଟିର ସମାବେଶବିଭିନ୍ନ ଦାବି ନେଇ ଗାଁ ସାଥୀ କ୍ରିୟାନୁଷ୍ଠାନ କମିଟିର ସମାବେଶ

By

Published : Oct 24, 2021, 10:15 PM IST

କଟକ:ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀରେ ଗାଁ ସାଥୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହେବା ସହ ଏକାଧିକ ଦାବି ରଖିଛି କମିଟି ।

ବିଭିନ୍ନ ଦାବି ନେଇ ଗାଁ ସାଥୀ କ୍ରିୟାନୁଷ୍ଠାନ କମିଟିର ସମାବେଶ

ଗାଁ ସାଥୀଙ୍କ ନାମରେ ମାହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ, ମାସିକ ୧୦ ଦିନ କାର୍ଯ୍ୟ ଯୋଗାଇବା ନଚେତ ମାସିକ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ, ଜବ କାର୍ଡଧାରୀ ଶ୍ରମିକଙ୍କୁ ବର୍ଷକୁ ସର୍ବନିମ୍ନ ୧୦୦ ଦିନ ବଦଳରେ ୧୫୦ ଦିନ କାର୍ଯ୍ୟ ପ୍ରଦାନ କରିବା ଏବଂ ସ୍ଥାୟୀ ନିଯୁକ୍ତି ଯୋଗାଇବା ଆଦି ଦାବି ରଖିଛି ଗାଁ ସାଥୀ ମିଳିତ କ୍ରିୟାନୁଷ୍ଠାନ କମିଟି ।

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଓ ବାଲିପାଟଣା ବ୍ଲକର ୩୩ଟି ପଞ୍ଚାୟତର କାର୍ଯ୍ୟରତ ମୁଖ୍ୟ କର୍ମକର୍ତ୍ତା ୧୦୦ରୁ ଉର୍ଦ୍ଧ୍ବ ଗାଁ ସାଥୀଙ୍କୁ ନେଇ ବାଲିପାଟଣା ବ୍ଲକର ପାମ୍ପଲ୍ ପଞ୍ଚାୟତର ବାଲୁଙ୍କେଶ୍ବର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । କ୍ରିୟାନୁଷ୍ଠାନ ପକ୍ଷରୁ ଏକ ୧୫ ଜଣିଆ କମିଟି ଗଠନ କରାଯାଇଛି। ଏହି ସଭାରେ ବିଜୟ କୁମାର ଭୋଇ ସଭାପତିତ୍ବ କରିଥିବାବେଳେ ସମ୍ପାଦକ ଦୀନବନ୍ଧୁ ଭୋଇ ସଙ୍ଘର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେଣୁଧର ପରିଡ଼ା, ଧଣ୍ତ ସେଠୀ, ବିଦ୍ୟା ଭୂଷଣ ଭୋଳ, ପ୍ରସନ୍ନ ପଣ୍ଡା, ଉମାକାନ୍ତ ରାଉତରାୟ, ଭୀମସେନ ଭୋଇ,ଶତ୍ରୁଘ୍ନନ ସାହୁ, କେଦାରନାଥ ବେହେରା, ଭାନୁମତୀ ସେଠୀ,ଦେବ ଲକ୍ଷ୍ମୀ ଦାଶ ଓ ଅଜୟ ଭୋଇ ପ୍ରମୁଖ ଯୋଗ ଦେଇଥିଲେ।

କଟକରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details