ଓଡିଶା

odisha

ETV Bharat / city

ମର୍ଚ୍ଚାଣ୍ଟ ନେଭିରେ ଚାକିରୀ ଦେବାକୁ କହି ଦେଖାଉଥିଲା ଦୁବାଇ ସ୍ବପ୍ନ, ବାନ୍ଧିଲା ପୋଲିସ - ଠକେଇ

ମର୍ଚ୍ଚାଣ୍ଟନେଭି (Merchant navy)ରେ ଚାକିରୀ କରେଇ ଦେବ ନାଁ ରେ ଠକେଇ। ଏଭଳି ଘଟଣା ଦେଖିବାକୁ ମିଳିଛି ସିଲଭର ସିଟିରେ । ଏହି ମାମଲାରେ ଜଣକୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ। ଅଧିକ ପଢନ୍ତୁ...

ମର୍ଚ୍ଚାଣ୍ଟନେଭିରେ ଚାକିରୀ ଦେବା ନାଁରେ ଠକେଇ; ଜଣଙ୍କୁ ବାନ୍ଧିଲା ପୋଲିସ
ମର୍ଚ୍ଚାଣ୍ଟନେଭିରେ ଚାକିରୀ ଦେବା ନାଁରେ ଠକେଇ; ଜଣଙ୍କୁ ବାନ୍ଧିଲା ପୋଲିସ

By

Published : Nov 10, 2021, 6:07 PM IST

କଟକ:ମର୍ଚ୍ଚାଣ୍ଟନେଭି (Merchant navy)ରେ ଚାକିରୀ କରେଇ ଦେବା ନାଁ ରେ ଠକେଇ। ଏଭଳି ଘଟଣା ଦେଖିବାକୁ ମିଳିଛି ସିଲଭର ସିଟିରେ । ଏହି ମାମଲାରେ ଜଣକୁ ଗିରଫ କରିଛି କଟକ ଚଉଳିଆଗଞ୍ଜ ଥାନା ପୋଲିସ। ଗିରଫ ଯୁବକ ହେଲେ କଟକ ସୋମପୁର ଅଞ୍ଚଳର ସୌମ୍ୟ ରଞ୍ଜନ ମିଶ୍ର।

ମର୍ଚ୍ଚାଣ୍ଟନେଭିରେ ଚାକିରୀ ଦେବା ନାଁରେ ଠକେଇ; ଜଣଙ୍କୁ ବାନ୍ଧିଲା ପୋଲିସ

ମର୍ଚ୍ଚାଣ୍ଟନେଭିରେ ଯେଉଁ ଯୁବକ ଯୁବତୀ ଚାକିରୀ ପାଇଁ ଆବେଦନ କରିଥିଲେ ସେମାନଙ୍କ ଡାଟା ସଂଗ୍ରହ କରି ସେମାନଙ୍କୁ ଯୋଗାଯୋଗ କରି ଦୁବାଇରେ ଚାକିରୀ, ଭିସା, ଫ୍ଲାଇଟ ଟିକେଟ କରାଇ ଦେବ କହି ମୋଟା ରକମର ଟଙ୍କା ଲୁଟିଥିଲା । ଏହା ସହିତ ନିଜକୁ ଓଡିଶା ପୋଲିସର ପୂର୍ବତନ ପୋଲିସ ଡିଜିଙ୍କ ବଡ଼ ପୁଅ କହି ଯୁବପିଢ଼ିଙ୍କୁ ଟାର୍ଗେଟ କରୁଥିଲା । ମହାନଦୀ ବିହାର ଅଞ୍ଚଳର ଜଣେ ମହିଳାଙ୍କ ଠାରୁ ସେ ୪୦,୦୦୦ ଟଙ୍କା ଠକି ନେଇଥିଲା ।

ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। ପରେ ଚଉଳିଆଗଞ୍ଜ ଥାନା ଅଧିକାରୀ ଶଶିକାନ୍ତ ରାଉତ ସ୍ପେଶାଲ ସ୍ୱାର୍ଡ ଟିମ ସହାୟତାରେ ସୌମ୍ୟ ରଞ୍ଜନଙ୍କୁ ଗିରଫ କରିଥିଲେ । ଏହାପରେ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫ ବେଳେ ତାଙ୍କ ନିକଟରୁ ଏକ କାର, ୩୮ ହଜାର ଟଙ୍କା, ମର୍ଚ୍ଚାଣ୍ଟନେଭି ଟୋପି, ପୋଷାକ, କାର୍ଡ଼ ଓ ଗୁରୁତ୍ୱପୂର୍ଣ କାଗଜପତ୍ର ଜବତ କରାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details