କଟକ: ଏସସିବି ମେଡିକାଲରେ ସୋମବାର ୪ ଜଣ ଏନଡିଆରଏଫ ଯବାନ ପ୍ଲାଜମା ଦାନ କରିଛନ୍ତି। ସେହିପରି ୫ ଜଣ ଯବାନ ନିଜର ଆଣ୍ଟିବଡ଼ି ଟେଷ୍ଟ କରିଥିବା ବେଳେ ମଙ୍ଗଳବାର ଏହି ଯବାନମାନେ ପ୍ଲାଜମା ଦାନ କରିବେ। ତେବେ ପ୍ଲାଜମା ଦାନ କରି ନିଜକୁ ଗର୍ବ ଅନୁଭବ କରୁଥିବା ପ୍ଲାଜମା ଦାନ କରିବା ପରେ ଯବାନମାନେ ପ୍ରତିକ୍ରିୟା ଦେଇଛନ୍ତି।
ଏସସିବିରେ ପ୍ଲାଜମା ଦାନ କଲେ ୪ ଏନଡିଆରଏଫ ଯବାନ - ପ୍ଲାଜମା ଦାନ କଲେ ଏନଡିଆରଏଫ ଯବାନ
ଏସସିବି ମେଡିକାଲରେ ସୋମବାର ୪ ଜଣ ଏନଡିଆରଏଫ ଯବାନ ପ୍ଲାଜମା ଦାନ କରିଛନ୍ତି। ସେହିପରି ୫ ଜଣ ଯବାନ ନିଜର ଆଣ୍ଟିବଡ଼ି ଟେଷ୍ଟ କରିଥିବା ବେଳେ ମଙ୍ଗଳବାର ଏହି ଯବାନମାନେ ପ୍ଲାଜମା ଦାନ କରିବେ। ଅଧିକ ପଢନ୍ତୁ...
ଏସସିବିରେ ପ୍ଲାଜମା ଦାନ କଲେ ୪ ଏନଡିଆରଏଫ ଯବାନ
ରାଜ୍ୟରେ ପ୍ଲାଜମା ଥେରାପି ସଫଳ ହେବା ପରେ ଏହା ଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ଏନଡିଆରଏଫ ଯବାନମାନେ କୋରୋନା ଆକ୍ରାନ୍ତ ହୋଇଥିଲେ। ତୃତୀୟ ବାଟାଲିଆନର ପ୍ରାୟ ୮୦ ଜଣ ଯବାନ କୋରୋନା ଆକ୍ରାନ୍ତ ହୋଇଥିଲେ। ଫେରିବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ସେମାନେ ସୁସ୍ଥ ହେବାପରେ ପ୍ଲାଜମା ଦାନ କରିବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି। ଯାହା କୋରୋନାରେ ଆକ୍ରାନ୍ତ ଅନେକ ରୋଗୀଙ୍କ ଜୀବନ ବଞ୍ଚାଇବାରେ ବେଶ ସହାୟକ ହେବ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ