ଓଡିଶା

odisha

By

Published : Nov 2, 2021, 4:25 PM IST

ETV Bharat / city

ପ୍ରଭାତ ବିଶ୍ବାଳଙ୍କ ବାସଭବନରୁ ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ମହାନଦୀ ବିହାର ସ୍ଥିତ ବାସଭବନରୁ ଚୋରି ମାମଲାରେ ଦୁଇ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

former mla pravat biswal house thief case two accused arrested
ପ୍ରଭାତ ବିଶ୍ବାଳଙ୍କ ବାସଭବନରୁ ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

କଟକ: ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ଘରେ ଚୋରି ମାମଲାର ଦୁଇ ଅଭିଯୁକ୍ତ ଗିରଫ । ଏନେଇ କଟକ ଜୋନ ୧ ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

ପ୍ରଭାତ ବିଶ୍ବାଳଙ୍କ ବାସଭବନରୁ ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

ସୂଚନାଅନୁଯାୟୀ ଗତ ଅକ୍ଟୋବର ୯ ତାରିଖ ଦିନ କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ମହାନଦୀ ବିହାର ସ୍ଥିତ ବାସଭବନରୁ ଚୋରି ହୋଇଥିଲା । ଏନେଇ ଚାଉଳିଆଗଞ୍ଜ ପୋଲିସ ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଦୁଇ ଅଭିଯୁକ୍ତ ହେଲେ ଶିବୁ ଓରଫ ଅନୀଲ ପରାମିକା ଓ ଦିପୁ ଓରଫ ଦୀପକ ସାହୁ।

ସେମାନଙ୍କ ଠାରୁ ଚୋରି ହୋଇଥିବା ଗୋଟିଏ ଲାପଟପ ଜବତ ହୋଇଛି। ପେଶାରେ ରଙ୍ଗମିସ୍ତ୍ରୀ ଥିବା ଦୁଇ ଅଭିଯୁକ୍ତ କିଛି ଦିନ ହେଲା ମହାନଦୀ ବିହାର ଅଞ୍ଚଳରେ ରଙ୍ଗ କାମ କରୁଥିଲେ। ଗତ ଅକ୍ଟୋବର 9 ତାରିଖ ରାତିରେ ଏହି ଦୁଇ ଜଣ ଅଭିଯୁକ୍ତ ପ୍ରଭାତ ବିଶ୍ବାଳଙ୍କ ଘରେ ପଶି ଲୁଟ କରିଥିଲେ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details