ଓଡିଶା

odisha

ETV Bharat / city

ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ - କଟକ

ଶେଷରେ ଗିରଫ ହେଲେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜାଣନ୍ତୁ ପୁରା ଖବର...

ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ
ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ

By

Published : Jan 23, 2020, 5:31 PM IST

Updated : Jan 23, 2020, 11:11 PM IST

କଟକ/ ଭବାନୀପାଟଣା: ଶେଷରେ ଗିରଫ ହେଲେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେ ଭିଜିଲାନ୍ସ ସ୍କାନରରେ ଥିଲେ । ଗତ 17 ତାରିଖରେ ତାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଗିରଫ ପରେ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରିଛି ଭିଜିଲାନ୍ସ ।

ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କ ଘରେ ଭିଜିଲାନ୍ସ ଟିମ ଚଢାଉ କରିଥିଲା । ଭବାନୀପାଟଣା ସହରର ନକଟିଗୁଡା ସ୍ଥିତ ବାସଭବନ ଓ ମଦନପୁର ରାମପୁରର ଥିବା ଶ୍ରୀକ୍ରୀଷ୍ଣା ହୋଟେଲରେ ଚଢାଉ କରିଥିଲା ଭିଜିଲାନ୍ସ। 3 କୋଟି 42 ଲକ୍ଷ 99 ହଜାର 402 ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।

ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ

ଏହାଛଡା ଏକ ଡୁପ୍ଲେକ୍ସ ଲଜ୍, ତିନି ମହଲା ବିଶିଷ୍ଟ କୋଠାଘର, ବିଦେଶୀ ମଦ ଦୋକାନ, ମାର୍କେଟ କମ୍ପ୍ଲେକ୍ସ , ଦୁଇ ମହଲା ବିଶିଷ୍ଟ କୋଠାଘର,ଏକ ମହଲା ବିଶିଷ୍ଟ କୋଠାଘର, ଏକ ଗ୍ୟାରେଜ, ଗୋଟିଏ ଟ୍ରାକ୍ଟର, 2ଟି ଚାରି ଚକିଆ, 3 ଟି ଦୁଇ ଚକିଆ ଗାଡି ସହ ପ୍ଲଟ, ବିଭିନ୍ନ ବ୍ୟାଙ୍କରେ 49 ଲକ୍ଷର ଫିକ୍ସ ଡିପୋଜିଟ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ।

ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ

ସୂଚନାଯୋଗ୍ୟ, ରାଜନୀତିକୁ ଆସିବା ପୂର୍ବରୁ ସେ ଜଣେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ସେ ସ୍ବେଚ୍ଛାକୃତ ଭାବେ ଅବସର ନେଇ ରାଜନୀତିରେ ଯୋଗ ଦେଇଥିଲେ। 2016 ମସିହାରେ ବିଧାୟକ ଭାବେ ଖଣି ଲିଜ ପାଇଁ ଲାଞ୍ଚ ଦାବି କରୁଥିବା ଷ୍ଟିଙ୍ଗ ଅପରେସନରେ ଧରାପଡିଥିଲେ । ଫଳରେ 2019 ରେ ତାଙ୍କ ଟିକେଟ କଟିବାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହୋଇଥିଲା।


କଟକରୁ ନାରାୟଣ ସାହୁ ଓ କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Jan 23, 2020, 11:11 PM IST

ABOUT THE AUTHOR

...view details