କଟକ:ନୂଆ ଦାୟିତ୍ବ ନେଲେ ଅଲମ୍ପିକ କାଂସ୍ୟ ପଦକ ବିଜେତା ତଥା ପୂର୍ବତନ ଭାରତୀୟ ହକି ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା । ଆଜି(ଗୁରୁବାର) ସେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଡିଏସ୍ପି ଭାବରେ ଯୋଗ ଦେଇଛନ୍ତି । ଏହାକୁ ନେଇ ଓଡ଼ିଶା ପୋଲିସ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
ଆଜି କାର୍ଯ୍ୟରେ ଯୋଗ ଦେବାପରେ ବିରେନ୍ଦ୍ର ଲାକ୍ରା ପୋଲିସ ଡିଜି ସୁନିଲ ବଂଶଲଙ୍କୁ ଭେଟିଛନ୍ତି । ତାସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି । ଓଡ଼ିଶା ପୋଲିସର କେଉଁ ବିଭାଗରେ ତାଙ୍କର ପୋଷ୍ଟିଂ ହେବ ତାହା ଖୁବଶୀଘ୍ର ଜଣାଯିବ ବୋଲି ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ।