କଟକ:ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି । 90. 79 ପ୍ରତିଶତ ରେଜଲ୍ଟ ହୋଇଛି । ନୂଆ ଢାଞ୍ଚାରେ ହୋଇଥିବା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସଫଳତା ହାସଲ କରିଛନ୍ତି । 100 ପିଲାରେ 91 ଜଣ କୃତକାର୍ଯ୍ୟ ହୋଇଛନ୍ତି । ଖାଲି ସେତିକି ନୁହେଁ ଏ-ଗ୍ରେଡରେ ରେକର୍ଡ ସଂଖ୍ୟକ ପିଲା ସଫଳ ହୋଇଛନ୍ତି । କିପରି ଏତେ ସଂଖ୍ୟକ ଛାତ୍ରଛାତ୍ରୀ A1 ଗ୍ରେଡରେ ରହିଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଦୁଇ ବର୍ଷ ପୂର୍ବରୁ A1 ଗ୍ରେଡରେ ପାସ ହାର ୧୦ ରୁ ୧୨ ପ୍ରତିଶତ ରହୁଥିଲା ହଠାତ କିପରି ଏହା ୫୫ ପ୍ରତିଶତକୁ ବୃଦ୍ଧି ପାଇଲା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବୋର୍ଡ ସଭାପତି ଡ଼ଃ ସତ୍ୟକାମ ମିଶ୍ର । ବୋର୍ଡ଼ ଚଳିତ ଥର ଯେଉଁ ନୂତନ ଢାଞ୍ଚାରେ ପରୀକ୍ଷା ପରିଚାଳନା କରିଲା ତାହାକୁ ନେଇ କଡା ସମାଲୋଚନା କରିଛନ୍ତି ପୂର୍ବତନ ବୋର୍ଡ ସଭାପତି ।