ଓଡିଶା

odisha

ETV Bharat / city

ପୁଣିଥରେ କଟକ ସାଂସଦଙ୍କୁ ବିରୋଧ କଲେ କଟକ BJD President

ପୁଣିଥରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଟାର୍ଗେଟ କଲେ କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ୟୁନିଫର୍ମ ସିଭିଲ କୋଡ (Uniform Civil Code) ସମ୍ପର୍କରେ ବିଜେଡି ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ସଂସଦରେ ରଖିଥିବା ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ । ଅଧିକ ପଢନ୍ତୁ

By

Published : Dec 8, 2021, 7:58 PM IST

BJD President
BJD President

କଟକ:ପୁଣିଥରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଟାର୍ଗେଟ କଲେ କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ୟୁନିଫର୍ମ ସିଭିଲ କୋଡ (Uniform Civil Code) ସମ୍ପର୍କରେ ବିଜେଡି ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ସଂସଦରେ ରଖିଥିବା ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ । ଏହା ବିଜୁ ଜନତା ଦଳ(Biju Janata Dal )ର ମତ ନୁହେଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ।

ପୁଣିଥରେ କଟକ ସାଂସଦଙ୍କୁ ବିରୋଧ କଲେ କଟକ BJD President

ଦେବାଶିଷ କହିଛନ୍ତି ଆଜି ପର୍ଯ୍ୟନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ(Bjd President Naveen Patnaik) ୟୁନିଫର୍ମ ସିଭିଲ କୋଡ ଉପରେ କୌଣସି ମତ ରଖି ନାହାନ୍ତି । ଭାରତର ସମ୍ବିଧାନ ଯେଉଁ ଧର୍ମ ନିରପେକ୍ଷ ଆଧାରରେ ଚାଲିଛି ତାକୁ ବିଜେଡି ସମର୍ଥନ କରି ଆସିଛି । ବିଜେଡି ସାଂସଦ ମହତାବ ରଖିଥିବା ବକ୍ତବ୍ୟ ବିଜେପିର ନିର୍ବାଚନ ପୂର୍ବରୁ ଘୋଷଣାପତ୍ରରେ ଥିଲା ।

ବିଜେଡି ଏଥିରେ ସହମତ ନୁହେଁ ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି । ସାଂସଦଙ୍କ ମତ ସହିତ ବିଜୁ ଜନତା ଦଳର କୌଣସି ସମ୍ପର୍କ ନାହିଁ । ସେ ମତ ତାଙ୍କର ବ୍ୟକ୍ତିଗତ ମତ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details