ଓଡିଶା

odisha

ETV Bharat / city

‘ବାର ଓ ବେଞ୍ଚ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ’ - supreme court order

ଆଇନଜୀବୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କଡା ଭାଷାରେ ସମାଲୋଚନା କରିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟ ବାରର ପୂର୍ବତନ ସଭାପତି । ଅଧିକ ପଢନ୍ତୁ...

‘ବାର ଓ ବେଞ୍ଚ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି’

By

Published : Oct 25, 2019, 11:34 PM IST

କଟକ: ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟ ବାରର ପୂର୍ବତନ ସଭାପତି । ନ୍ୟାୟିକ ବ୍ୟବସ୍ଥାରେ ବାର ଓ ବେଞ୍ଚ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଭଳି । ଏହାକୁ ବିବାଦ କୁହାଯିବ ନାହିଁ । ଭୁଲ୍‌ ବୁଝାମଣା ଯୋଗୁଁ ଏଭଳି ବିବାଦ ଉପୁଜିଛି ।

‘ବାର ଓ ବେଞ୍ଚ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି’

ଆଗକୁ ଖଣ୍ଡପୀଠଙ୍କ ପାଖରେ ସଠିକ ତଥ୍ୟ ଉପସ୍ଥାପନ କରାଯିବ । କୋର୍ଟରେ ଆଇନଜୀବୀ ମାନେ କୌଣସି ମାମଲାରେ ହସ୍ତକ୍ଷେପ କରିନାହାନ୍ତି ଏବଂ କୋର୍ଟ କାର୍ଯ୍ୟରେ ପ୍ରଭାବିତ କରିନାହାନ୍ତି । ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା କମ୍‌କୁ ନେଇ କାର୍ଯ୍ୟବନ୍ଦ କରାଯାଇଛି ।

କୋର୍ଟ ମଧ୍ୟରେ କୋର୍ଟ କାର୍ଯ୍ୟ ସ୍ବାଭାବିକ ଚାଲୁଛି । ତେବେ ଯେଉଁ ବିବାଦ ପରିସ୍ଥିତି ଉପୁଜିଛି, ଖୁବଶୀଘ୍ର ତାହା ସମାଧାନ ହେବ ବୋଲି ସେ ଆଶାପ୍ରକଟ ।

ସୂଚନାଯୋଗ୍ୟ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କଡା ଭାଷାରେ ସମାଲୋଚନା କରିବା ସହ ହାଇକୋର୍ଟ ବାର ସଭାପତି ଓ ଷ୍ଟେଟ୍‌ ବାର କାଉନସିଲ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details