ଓଡିଶା

odisha

ETV Bharat / city

ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ। ସର୍ତ୍ତ ମୂଳକ ଜାମିନ ପ୍ରଦାନ କଲେ କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ। ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ନ ହେବାରୁ ମିଳିଛି ଜାମିନ। ଅଧିକ ପଢନ୍ତୁ

ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର
ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର

By

Published : Apr 18, 2022, 5:57 PM IST

କଟକ: ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ। ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ନ ହେବାରୁ ମିଳିଛି ଜାମିନ । ଫେବୃଆରୀ ୧୬ ରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ତ୍ରିନାଥ ମିଶ୍ର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିଲା। ଆୟ ବର୍ହିଭୁତ ସମ୍ପତ୍ତିକୁ ନେଇ ଭିଜିଲାନ୍ସ ଏକକାଳୀନ 11 ଟି ସ୍ଥାନରେ ଚଢାଉ କରିଥିଲା । ଖୋର୍ଦ୍ଧା, ନବରଙ୍ଗପୁର, ଜଗତସିଂପୁର, ଯାଜପୁର ଭଳି ସ୍ଥାନରେ ରେଡ କରି ତ୍ରୀନାଥଙ୍କ 9 କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଥିଲା ।

ତେବେ ପରବର୍ତ୍ତୀ ସମୟରେ ଗତ ଫେବୃୟାରୀ 21 ରେ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ମଧ୍ୟ ଦେଇଥିଲେ। କୋର୍ଟ ଜାମିନ ଦେଇ କୋର୍ଟ ପ୍ରମାଣ ନଷ୍ଟ ନ କରିବାକୁ ସର୍ତ୍ତ ରଖିଛନ୍ତି। ଜାମିନରେ ଅନ୍ୟାନ୍ୟ ସର୍ତ୍ତ ମଧ୍ୟ ରଖିଛନ୍ତି ଭିଜିଲାନ୍ସ କୋର୍ଟ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details