ଓଡିଶା

odisha

ETV Bharat / city

ଖସୁଛି ବନ୍ୟାଜଳ, ମୁଣ୍ଡଳୀରେ ପ୍ରବାହିତ ହେଉଛି ୮ ଲକ୍ଷ ୬ ହଜାର ୧୪ କ୍ୟୁସେକ - ମୁଣ୍ଡଳୀରେ କମୁଛି ପାଣିସ୍ତର

ଧୀରେ ଧୀରେ କମୁଛି ବନ୍ୟାଜଳ। ସୁଧୁରୁଛୁ ପାଣି ଘେରର ପରିସ୍ଥିତି । ଗତକାଲି ଅପେକ୍ଷା ମୁଣ୍ଡଳୀରେ ବୁଧବାର କମ ବନ୍ୟାଜଳ ପ୍ରବାହିତ ହେଉଛି ।

ଖସୁଛି ବନ୍ୟାଜଳ,ମୁଣ୍ଡଳୀରେ ପ୍ରଭାହିତ ହେଉଛି ୮ ଲକ୍ଷ ୬ ହଜାର ୧୪ କ୍ୟୁସେକ
ଖସୁଛି ବନ୍ୟାଜଳ,ମୁଣ୍ଡଳୀରେ ପ୍ରଭାହିତ ହେଉଛି ୮ ଲକ୍ଷ ୬ ହଜାର ୧୪ କ୍ୟୁସେକ

By

Published : Sep 2, 2020, 7:35 AM IST

କଟକ: ଧୀରେ ଧୀରେ କମୁଛି ବନ୍ୟାଜଳ। ସୁଧୁରୁଛୁ ପାଣି ଘେରର ପରିସ୍ଥିତି । ସକାଳ ୬ ଟା ସୂଚନା ଅନୁଯାୟୀ ମୁଣ୍ଡଳୀ ଦେଇ ୮ ଲକ୍ଷ ୬ ହଜାର ୧୪ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଗତକାଲି ୯ ଲକ୍ଷ ୭୨ ହଜାର ୧୩ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହୋଇଥିଲା।

ତେବେ ଗତକାଲି ଅପେକ୍ଷା ମୁଣ୍ଡଳୀରେ ବୁଧବାର କମ ବନ୍ୟାଜଳ ପ୍ରବାହିତ ହେଉଛି । ନରାଜରେ ୩ ଲକ୍ଷ ୯୮ ହଜାର ୨୬୪ କ୍ୟୁସେକ ବନ୍ୟାଜଳ କାଠଯୋଡ଼ିକୁ ନିଷ୍କାସିତ ହେଉଥିବା ବେଳେ ଅବଶିଷ୍ଟ ଯୋବ୍ରା ଆନିକଟରେ ମହାନଦୀକୁ ନିଷ୍କାସିତ ହେଉଛି।

ଯାହାକି ଚଳିତବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ହେଉଛି। ହୀରାକୁଦ ପର୍ଯ୍ୟାୟ କ୍ରମେ ଗେଟ ବନ୍ଦ କରିଥିବାରୁ ଜଳସ୍ତର କମୁଥିବା ନରାଜ ବିଭାଗ ଦାୟିତ୍ୱରେ ଥିବା ଯନ୍ତ୍ରୀ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details