କଟକ: ଜିଲ୍ଲାରେ ସୁଧୁରୁଛି ବନ୍ୟାସ୍ଥିତି(flood situation becoming normal in cuttack) । ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଥିବା ଲୋକେ ଘରକୁ ଫେରୁଛନ୍ତି । ବର୍ତ୍ତମାନ ମଧ୍ୟ ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ୧୫ ଦିନିଆ ରିଲିଫ ଯୋଗାଇଦେଉଛି । ତେବେ ଜିଲ୍ଲାର ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।
କଟକ ଜିଲ୍ଲାରେ ସ୍ବଭାବିକ ହେଉଛି ବନ୍ୟାଞ୍ଚଳ । ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସରବରାହ ପୁନଃ ସଂଯୋଗ କରାଯାଉଛି । ତେବେ ବନ୍ୟା ପ୍ରଭାବରେ ମୋଟ ୪୦ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଖୁବଶୀଘ୍ର କ୍ଷୟକ୍ଷତି ଆକଳନ ରିପୋର୍ଟ ସରକାରଙ୍କୁ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାର ବାଙ୍କୀ, ଆଠଗଡ଼, ନରସିଂହପୁର, ତିଗିରିଆ, ନିଆଳି ଓ ବଡ଼ମ୍ବା ଅଞ୍ଚଳ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା ।