ଓଡିଶା

odisha

ETV Bharat / city

ମହାନବମୀରେ ମା'ଙ୍କୁ ମାଛ ଭୋଗ ଲାଗି, ଜାଣନ୍ତୁ କଣ ରହିଛି ପରମ୍ପରା... - ମହାନବମୀ

ନବମୀରେ ମା'ଙ୍କ ପାଖରେ ମାଛ ଭୋଗ ଲାଗୁ ହେବାର ପରମ୍ପରା ରହିଛି।କଣ ସେହି ପରମ୍ପରା।କାହିଁକି ମଙ୍କ ପାଖରେ ମାଛ ଭୋଗ ଲାଗି କରାଯାଏ ? ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

ମହାନବମୀରେ ମା'ଙ୍କୁ ମାଛ ଭୋଗ ଲାଗି, ଜାଣନ୍ତୁ କଣ ରହିଛି ପରମ୍ପରା...
ମହାନବମୀରେ ମା'ଙ୍କୁ ମାଛ ଭୋଗ ଲାଗି, ଜାଣନ୍ତୁ କଣ ରହିଛି ପରମ୍ପରା...

By

Published : Oct 25, 2020, 10:36 PM IST

କଟକ: ବଙ୍ଗୀୟ ପରମ୍ପରା ଅନୁସାରେ ପୂଜା ମଣ୍ଡପରେ ମା'ଙ୍କୁ ମାଛ ଭୋଗ ଲାଗି କରିବାର ରହିଛି ପରମ୍ପରା । ରକ୍ତବିର୍ଯ୍ୟକୁ ମା ବିନାଶ କରିବା ପରେ ଯେଉଁ ଯୋଗିନୀ ମାନେ ଉତ୍ପନ ହୋଇଥିଲେ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ମାଛ ଭୋଗ କରାଯିବାର ପ୍ରଥା ରହିଛି । ପୂର୍ବରୁ ମାଙ୍କ ନିକଟରେ ବଳି ପକାଯାଉଥିଲା। ସେଗୁଡିକ ବନ୍ଦ ହୋଇଯିବାରୁ ଆମିଷ ପ୍ରତୀକ ସ୍ବରୂପ କେବଳ ମାଛ ଭୋଗ ଲାଗି କରାଯାଏ । ବିଶେଷକରି ନବମୀ ଦିନ ମା'ଙ୍କ ଠାରେ ଲାଗିହୁଏ ଆମିଷ ଭୋଗ । ତନ୍ତ୍ର ମତ ଏବଂ ବୈଦିକ ମତ ସମିଶ୍ରଣରେ ନବମୀ ପୂଜା କରାଯାଉଥିବାରୁ ଏହି ଦିନ ଆମିଷ ଭୋଗ ଲାଗି ହେବାର ପରମ୍ପରା ରହିଛି । ମଣ୍ଡପରୁ ପ୍ରଥମେ ପୂଜା ପାଉଥିବା ଶାଳଗ୍ରାମକୁ ଉଠାଯାଇ ସ୍ଥାନକୁ ମାର୍ଜନା କରାଯାଏ । ପରେ ଚାମଣ୍ଡା ମଣ୍ଡଳ ସ୍ୱତନ୍ତ୍ର ଭାବରେ ତିଆରି କରାଯାଇ ସେଠାରେ ହିଁ ଭୋଗ କରାଯିବାର ବିଧି ରହିଥିବା ପୂଜକ କହିଛନ୍ତି ।

ମହାନବମୀରେ ମା'ଙ୍କୁ ମାଛ ଭୋଗ ଲାଗି, ଜାଣନ୍ତୁ କଣ ରହିଛି ପରମ୍ପରା...
କଟକ ସହରର କେବଳ ଚାନ୍ଦିନଚୌକ ପୂଜା ମଣ୍ଡପରେ ମାଛ ଭୋଗ ଲାଗି କରାଯାଏ। ପ୍ରତ୍ୟେକ ବର୍ଷ ଏହି ମଣ୍ଡପରେ ୫ ହଜାର ଭକ୍ତଙ୍କ ପାଇଁ ଆୟୋଜନ କରାଯାଏ ମାଛ ଭୋଗ । ପ୍ରାୟ ୬ କ୍ୟୁଣ୍ଟାଲ ମାଛର ଭୋଗ କରାଯାଇ ଭକ୍ତମାନଙ୍କୁ ବଣ୍ଟନ କରିଥାଏ ଏହି ମଣ୍ଡପ। ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଏହି ଭୋଗ ପାଇଥାଆନ୍ତି। ହେଲେ ଚଳିତବର୍ଷ ଏହି ପ୍ରକ୍ରିୟା ବନ୍ଦ କରାଯାଇଛି। କେବଳ ନୀତି ବଜାୟ ରଖିବା ପାଇଁ ମଣ୍ଡପରେ ମା'ଙ୍କ ନିକଟରେ ଭୋଗ କରାଯିବ।ନବମୀ ପୂଜାରେ କୁମାରୀ ପୂଜାର ବିଧି ମଧ୍ୟ ରହିଛି। ବିଧି ଅନୁଯାୟୀ ୯ ଜଣ କୁମାରୀ ଶିଶୁଙ୍କୁ ମା'ଙ୍କ ଭଳି ପୂଜା କରାଯାଇଥାଏ। ଚଳିତବର୍ଷ କୋରୋନା ପାଇଁ ଫିକା ପଡିଛି ଏହି ପରମ୍ପରା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details