କଟକ:ଆସନ୍ତା ନଭେମ୍ବର ୨୨ ତାରିଖଠାରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ହେବ ପ୍ରଥମ ସମ୍ମେଟିଭ ଆସେସମେଣ୍ଟ (Summative assessment) । ଏହି ପରୀକ୍ଷାଟି ୨ଟି ସିଟିଂରେ ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଦ୍ବିତୀୟ ସିଟିଂ ପୂର୍ବାହ୍ନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ହେବ । ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
22 ତାରିଖରେ ପ୍ରଥମ ସିଟିଂରେ ଦ୍ଵିତୀୟ ଭାଷା, ଦ୍ଵିତୀୟ ସିଟିଂରେ ସମାଜିକ ବିଜ୍ଞାନ । 23 ତାରିଖରେ ପ୍ରଥମ ସିଟିଂରେ ପ୍ରଥମ ଭାଷା, ଦ୍ଵିତୀୟ ସିଟିଂରେ ଗଣିତ । 24 ତାରିଖରେ ପ୍ରଥମ ସିଟିଂରେ ତୃତୀୟ ଭାଷା, ଦ୍ଵିତୀୟ ସିଟିଂରେ ସାଧାରଣ ବିଜ୍ଞାନ ପରୀକ୍ଷା କରାଯିବ । ମୋଟ 40 ନମ୍ବର ମାର୍କର ପରୀକ୍ଷା ହେବ । 20 ମାର୍କର ସବଜେକ୍ଟିଭ୍ ଓ 20 ମାର୍କର ଅଵଜେକ୍ଟିଭ ପରୀକ୍ଷା କରାଯିବ ।