କଟକ: କଟକ ନିଶ୍ଚିନ୍ତକୋଇଲିରେ ଫୁଟିଲା ଗୁଳି । ଝଡ଼େଶ୍ବରପୁର ଇନ୍ଦିରା ଟୁଙ୍ଗି ଛକ ନିକଟ କେନାଲ ବନ୍ଧରେ ଏକ ଯୁବକ ଉପରକୁ ଗୁଳି ଚାଳନା କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । କିନ୍ତୁ ଯୁବକ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।
ସୂଚନାନୁଯାୟୀ, ଆଜି ସକାଳେ ଭଦ୍ରେଶ୍ବର ଫାଣ୍ଡି ଅଞ୍ଚଳରେ ବାପି ନାମକ ଜଣେ ଯୁବକ ସ୍କର୍ପିଓ ନେଇ ଯାଉଥିଲେ । ହଠାତ ବାଇକରେ ଆସି ଜଣେ ଅଜଣା ଯୁବକ ତାଙ୍କ ଉପରକୁ 4 ରାଉଣ୍ଡ ଗୁଳି ଚାଳନା କରିଥିଲେ । ଫଳରେ ସ୍କର୍ପିଓ ସାମ୍ନା କାଚରେ ଗୁଳି ବାଜି ଗାଡ଼ିର କାଚ ଭାଙ୍ଗି ଯାଇଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡିରେ ଯାଉଥିବା ବାପି ଓରଫ ଜ୍ୟୋତିସମ୍ରାଟ ପ୍ରହରାଜ ।