ଓଡିଶା

odisha

ETV Bharat / city

ବାରବାଟୀରେ ଅଗ୍ନି ନିରାପତ୍ତା ପ୍ରସଙ୍ଗ: ଅଗ୍ନିଶମ DGଙ୍କୁ OHRCଙ୍କ ନୋଟିସ୍‌ - କଟକ ଖବର

ବାଟବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପ୍ରସଙ୍ଗ । ରାଜ୍ୟ ଅଗ୍ନିଶମ ଡିଜିଙ୍କ ସମେତ ୪ ଜଣଙ୍କୁ ନୋଟିସ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ଅଧିକ ପଢନ୍ତୁ

ବାରବାଟୀରେ ଅଗ୍ନି ନିରାପତ୍ତା ପ୍ରସଙ୍ଗ
ବାରବାଟୀରେ ଅଗ୍ନି ନିରାପତ୍ତା ପ୍ରସଙ୍ଗ

By

Published : Jul 17, 2022, 10:04 AM IST

କଟକ: ବାରବାଟୀ ଷ୍ଟାଡିୟମରେ ଅଗ୍ନିନିରାପତ୍ତା ନଥିବା ପ୍ରସଙ୍ଗରେ OHRC ନୋଟିସ ଜାରି କରିଛି । ଅଗ୍ନିଶମ ଡିଜି, କଟକ ଜିଲ୍ଲାପାଳ, ଅଗ୍ନିଶମ ମୁଖ୍ୟ ଅଫିସର ଏବଂ ରାଜ୍ୟ ଅଲମ୍ପିକ ସଙ୍ଘଙ୍କୁ ନୋଟିସ ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ଶୁଣାଣି ପୂର୍ବରୁ ଜବାବ ଦାଖଲ ପାଇଁ 4 ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି OHRC । ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଠିକ ଭାବରେ ନଥିବା ଦର୍ଶାଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ଦାୟର କରାଯାଇଥିଲା।

ବାରବାଟୀରେ ଅଗ୍ନି ନିରାପତ୍ତା ପ୍ରସଙ୍ଗ

କିଛି ଦିନ ପୂର୍ବରୁ ଏତେବଡ ଷ୍ଚାଡିୟମରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବାରୁ ଉଦବେଗ ପ୍ରକାଶ ପାଇଥିଲା । OHRCଙ୍କ ପକ୍ଷରୁ କୌଣସି ନୋଟିସ୍‌ ହସ୍ତଗତ ହୋଇନଥିବା କହିଥିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ବର୍ତ୍ତମାନ ସୁଦ୍ଧା ବାରବାଟୀରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ କୌଣସି ନୋଟିସ୍ ଓସିଏର ହସ୍ତଗତ ହୋଇନାହିଁ ବୋଲି ସଞ୍ଜୟ କହିଥିଲେ ।

ବାରବାଟୀ ଷ୍ଟାଡିୟମରେ 26ରୁ ଅଧିକ ମ୍ୟାଚ ହୋଇ ସାରିଛି । ସରକାରଙ୍କ ସହଯୋଗ ଓ ସମସ୍ତଙ୍କ ଅନୁମତିରେ ମ୍ୟାଚ ହୁଏ । ଫାୟାର ସେଫ୍ଟି ନେଇ ସମସ୍ତ ବ୍ୟବସ୍ଥା କରାଯାଏ ।' ବାରବାଟୀ ଷ୍ଟାଡିୟମରେ ଫାୟାର ସେଫ୍ଟି ସାର୍ଟିଫିକେଟ ନଥିବା ଦର୍ଶାଇ ମାନବାଧିକାର କମିଶନଙ୍କ ଠାରେ ଏକ ମାମଲା ରୁଜ୍ଜୁ ହୋଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details