କଟକ: କୋରୋନାର ଭୟବହତାକୁ ଆଖିରେ ରଖି କଟକ ଶିଶୁ ଭବନରେ ଖୋଲିଲା ଫିଭର କ୍ଲିନିକ । ରାଜ୍ୟରେ 2 ଶିଶୁଙ୍କ ଠାରେ କୋରୋନା ପଜିଟିଭ ମିଳିବା ପରେ ଏପରି ନିଷ୍ପତ୍ତି ନେଇଛି ମେଡିକାଲ କର୍ତ୍ତୃପକ୍ଷ ।
ଜ୍ବର, ଥଣ୍ଡା କି ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହେଉଥିବା ଶିଶୁମାନଙ୍କୁ ଅଲଗା ରଖି ଏଠାରେ ଚିକିତ୍ସା କରାଯିବ । ଯାହାଦ୍ବାରା ଅନ୍ୟ ଶିଶୁ ଓ ତାଙ୍କ ପରିବାର ଯେପରି ଭୟ ନ କରିବେ । ବର୍ତ୍ତମାନ ସୁଦ୍ଧା ଏକାଧିକ ଶିଶୁ ଫିଭର କ୍ଲିନକରେ ଆଡମିଶନ କରିଥିବା ସୂଚନା ରହିଛି ।