ଓଡିଶା

odisha

ETV Bharat / city

Crop Assistance: ଖୁବଶୀଘ୍ର ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଟଳିଯାଇଛି ବାତ୍ୟା ଜୱାଦ । ରିଲିଫ ନିର୍ଦ୍ଦେଶନାମା ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି। ଅଧିକ ପଢନ୍ତୁ

By

Published : Dec 6, 2021, 7:50 PM IST

ଖୁବଶିଘ୍ର ଚାଷୀଙ୍କୁ ମିଳିବ କ୍ଷତିପୂରଣ: କଟକ ଜିଲ୍ଲାପାଳ
ଖୁବଶିଘ୍ର ଚାଷୀଙ୍କୁ ମିଳିବ କ୍ଷତିପୂରଣ: କଟକ ଜିଲ୍ଲାପାଳ

କଟକ:ଟଳିଯାଇଛି ବାତ୍ୟା ଜୱାଦ । ବାତ୍ୟା ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ଉଜୁଡି ଯାଇଛି ଚାଷୀର ବର୍ଷକ ଯାକର ରୋଜଗାର । ଜଳମଗ୍ନ ହୋଇଛି ହେକ୍ଟର ହେକ୍ଟର ଚାଷ ଜମି । ଦିନ କେଇଟା ପରେ ଅମଳ କରି ଘରକୁ ଆଣି ଥାଆନ୍ତା ଲକ୍ଷ ଲକ୍ଷ ଟଙ୍କାର ଧାନ ଆଉ ପନିପରିବା ।

ଖୁବଶିଘ୍ର ଚାଷୀଙ୍କୁ ମିଳିବ କ୍ଷତିପୂରଣ: କଟକ ଜିଲ୍ଲାପାଳ

ହେଲେ ଅଦିନିଆ ବାତ୍ୟା ଉଜାଡି ଦେଲା ଚାଷୀର ସୁନାର ଫସଲ । ତେବେ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି କ୍ଷୟକ୍ଷତି ଆକଳନ । ସମସ୍ତ ବ୍ଲକର ବିଡ଼ିଓ,ତହସିଲଦାର, ଏବଂ ସମସ୍ତ କୃଷି ଅଧିକାରୀଙ୍କୁ ଏହି କ୍ଷୟକ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆକଳନ ସରିବା ପରେ ରିଲିଫ ନିର୍ଦ୍ଦେଶନାମା ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details